oom

ଜୁନିଅର ରେଡକ୍ରସ କାଉନସିଲରଙ୍କ ତାଲିମ ଶିବିର ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ କାଉନସିଲରମାନଙ୍କ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ଯୋଗ ଦେଇ କାଉନସିଲର ମାନଙ୍କୁ ରେଡକ୍ରସର ମୂଳମନ୍ତ୍ରରେ ଦିକ୍ଷୀତ ହେବା ତଥା ସ୍ୱାସ୍ଥ୍ୟ, ସେବା ଓ ବିଶ୍ୱ ବନ୍ଧୁତାର ବାର୍ତ୍ତା ପ୍ରସାରିତ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ଜ୍ୟୋତି ପ୍ରସାଦ ପରିଡା ସେବା ମନୋଭାବ ରହିଲେ ସମାଜର ନିଶ୍ଚିତ ଭାବେ ଉନ୍ନତି ହେବ ବୋଲି ଉଦ୍‌ବୋଧନ ଦେଇଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ରେଡକ୍ରସର ଇତିହାସ, ସାଧନ କର୍ମୀ ବିକାଶ ରଞ୍ଜନ ସାହୁ ରେଡ୍‌କ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସାଧନକର୍ମୀ ରାମ ନାରାୟଣ ଦାଶ, ରଶ୍ମୀରାଣୀ ଦାଶ, ଅରବିନ୍ଦ କୁମ୍ଭାର, ଦୁର୍ଯ୍ୟୋଧନ ପଶାୟତ ବିଭିନ୍ନ ପ୍ରକାର ଆକସ୍ମିକ ଦୁର୍ଘଟଣା ଯଥା ପାଣିରେ ବୁଡିଯିବା, ସଡକ ଦୁର୍ଘଟଣା, ସାପ କାମୁଡା, ବୈଦ୍ୟୁତିକ ବିତ୍ପାତ, ପ୍ରାକୃତିକ ଦୁର୍ବିପାକ ଇତ୍ୟାଦି ନିମନ୍ତେ ଆଶୁ ଚିକିତ୍ସା ନିଆଯିବା ସମ୍ପର୍କରେ ଖୁବ ସୁନ୍ଦର ଭାବରେ ପ୍ରଶିକ୍ଷଣ ପ୍ରଦାନ କରିବା ସହ ପ୍ରାଥମିକ ଚିକିତ୍ସା ଉପରେ ତାଲିମ ଦେଇଥିଲେ । ଘନଶ୍ୟାମ ମେହେର, ରବିନ୍ଦ୍ର ଠେଟୁଆଲ, ଦେବାନନ୍ଦ ଦାଶ, ରଞ୍ଜିତ ମିଶ୍ର, ହେମନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୦ ଜଣ କାଉନସିଲର ଏହି ତାଲିମ ଶିବିରରେ ଯୋଗ ଦେଇଛନ୍ତି । ସନ୍ଧ୍ୟାରେ କାଉନସିଲର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

jittmm
Leave A Reply

Your email address will not be published.