ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ସ୍ଥିତ ସରକାରୀ ବାଳିକା ହାଇସ୍କୁଲ ସହଯୋଗରେ ମହାରାଜା ହାଇସ୍କୁଲ ପରିସରରେ ୮ ଗୋଟି ଜିଲ୍ଲାର ଜୁନିଅର ରେଡକ୍ରସ କାଉନସିଲର ମାନଙ୍କର ଜୋନ ସ୍ତରୀୟ ଚତୁର୍ଦିବସୀୟ ପ୍ରାଥମିକ ଉପଚାର ଶିବିର ଉଦଘାଟିତ ହୋଇଯାଇଛି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡ଼ତିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ହିମାଂଶୁ ଶେଖର କର, ମାଷ୍ଟର ଟ୍ରେନର ଗୁଲସନ କୁମାର ଦାଶ ଯୋଗ ଦେଇଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପ୍ରାଥମିକ ଉପଚାରର ଲକ୍ଷ୍ୟ, ସ୍ଵରୁପ, ପରିସର ଓ ଉପାଦେୟତା ବିଷୟରେ ମତବ୍ୟକ୍ତ କରିଥିଲେ । ମହାରାଜ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନାଭ କର୍ଣ୍ଣ ସ୍ଵାଗତ ଅଭିଭାଷଣ ଦେଇଥିଲେ । ସୋନପୁର ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବୈଦ୍ୟନାଥ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାଧନକର୍ମ ଚନ୍ଦ୍ରମଣି ବାଘ ସଂଯୋଜନା କରିଥିଲେ । ଶିବିରରେ ସୁବର୍ଣ୍ଣପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ବରଗଡ, ସମ୍ବଲପୁର, ନୁଆପଡା, ସୁନ୍ଦରଗଡ ଆଦି ୮ ଗୋଟି ଜିଲ୍ଲାର ୨୪ଜଣ ଜୁନିଅର ରେଡକ୍ରସ ପରାମର୍ଶଦାତା ମାନଙ୍କୁ ପ୍ରାଥମିକ ଉପଚାରର ଭାଉଚର କୋର୍ସ ବିଷୟରେ ତାଲିମ ପ୍ରଦାନ କରାଯିବାର ଯୋଜନା କରାଯାଇଛି । ଓଡିଶା ରେଡକକ୍ରସ ସୋସାଇଟିର ରାଜ୍ୟ ସଂପାଦକ ସିଟିଏମ୍ ସୁଗୁଣାଙ୍କ ମାର୍ଗଦର୍ଶନ ଓ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁଙ୍କ ସଂଯୋଜନାରେ ହେଉଥିବା କାର୍ଯ୍ୟକ୍ରମରେ ବରିଷ୍ଠ ସାଧନ କର୍ମ ଚନ୍ଦ୍ର ଶେଖର ମହାପାତ୍ର, ଜୁନିଅର ରେଡକ୍ରସ ପରାମର୍ଶଦାତା ଗୋପେଶ ପଣ୍ଡା, ବିଜୟ କୁମାର ପଣ୍ଡା, ଶ୍ୟାମ ସୁନ୍ଦର ନାୟକ ପ୍ରଜ୍ଞା ପରିମିତା ମିଶ୍ର, ଦମୟନ୍ତୀ ଜଗଦଲା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Prev Post
Next Post