om academy

ଗାଈ ପାଳନ ଓ ଜିଆଖତ ତାଲିମ ଶିବିର ଉଦ୍‌ଘାଟିତ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଷ୍ଟେଟ୍‌ ବ୍ୟାଙ୍କ ଆରସେଟି ଅନୁକୁଲ୍ୟରେ ବଲାଙ୍ଗିତ ଜିଲ୍ଲା ଦେଓଗାଁ ବ୍ଳକ ଅନ୍ତର୍ଗତ ରୁଗୁଡିପାଲି ଠାରେ ହୋଇଥିବା ୧୦ ଦିନିଆ ଗାଈ ପାଳନ ଓ ଜିଆଖତ ତିଆରି ତାଲିମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୟୁଜିବି ମହିମୁଣ୍ଡା ଶାଖା ପ୍ରବନ୍ଧକ ଉପେନ୍ଦ୍ର କୁମାର ମେହେର ମୁଖ୍ୟ ଅତିଥି ରୂପେ ଆସି ବ୍ୟାଙ୍କ କାରବାର ଭଳରେ କରିବା ତଥା ବିଭିନ୍ନ ଜୀବନ ବୀମା ବିଷୟରେ ସଚେତନ କରାଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଲକ୍ଷ୍ମୀଧର ମଲ୍ଲିକ ଗାଈ ପାଳନ ଏକ ଜୀବିକାର ସୁସ୍ଥାୟୀ ପନ୍ଥା ବୋଲି ବୁଝାଇବା ସହିତ ଚାଷିମାନଙ୍କ ସଫଳ କାମନା କରିଥିଲେ । ପ୍ରଶିକ୍ଷକ ସୂର୍ଯ୍ୟମଣି ପଧାନ ତାଲିମ ଗ୍ରହିତା ମାନଙ୍କର ଉନ୍ନତି କାମନା କରିଥିଲେ । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକର ରୁଗୁଡିପାଲି, ବନ୍ଧପାଲି ଓ ଭୀମଡୁଙ୍ଗୁରୀର ୩୦ ଜଣ ଚାଷୀ ଭାଗ ନେଇଥିଲେ ।

Leave A Reply

Your email address will not be published.