
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ଠାରେ ବ୍ଲକସ୍ତରୀୟ ବର୍ଣ୍ଣାଳୀ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ୩ ଦିନ ଧରି ଚାଲିବାକୁଥିବା ଏହି କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ବରିଷ୍ଠ ଗୋଷ୍ଠୀ ସହଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ତାଲିମ କାର୍ଯ୍ୟକ୍ରମ ପରିଦର୍ଶନରେ ଆସି ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦକ୍ଷତା ବଢ଼ାଇବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ବିଷୟରେ ପରାମର୍ଶ ଦେଇଥିଲେ । ସୁନାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ମିଶ୍ର, ସାହାଯବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ତତ୍ରାଣ ପଧାନ, ଦିଗଶିରା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମ୍ଲାନ ପାଣ୍ଡିଆ ଓ ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ ମୁଖ୍ୟ ଆଲୋଚକ ଭାବେ ଯୋଗଦାନ କରିଥିଲେ । ୩୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ ଲିଙ୍ଗଗତ ଓ ସାମାଜିକ ଭେଦଭାବର ଦୂରୀକରଣ ପାଇଁ ଶ୍ରେଣୀ ପରିଚାଳନାର କୌଶଳ ବିଷୟରେ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ । ସର୍ଗୁଲ ସିଆରସିସି ନୀଳକଣ୍ଠ ନାଏକ, ପିଏମ ପୋଷଣ ତଥ୍ୟ ପରିଚାଳକ ବିନାୟକ ମିଶ୍ର, ସମଗ୍ର ଶିକ୍ଷା ତଥ୍ୟ ପରିଚାଳକ ଶ୍ରଦ୍ଧା ସାହୁ, ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ଡୁଙ୍ଗୁରିପାଲି ସିଆରସିସି ପ୍ରବୀର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।