oum

ଶିଶୁ ସୁରକ୍ଷା ଓ ଯତ୍ନ ପାଇଁ କିଶୋର ନ୍ୟାୟ ଆଇନ ସମ୍ପର୍କିତ ତାଲିମ ଶିବିର

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ମୁଖ୍ୟଅତିଥି ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ମୁଖ୍ୟ ବକ୍ତା ଭାବେ ସନନ୍ଵିତ ଶିଶୁ ବିକାଶ ଅଧିକାରୀ ମାଧୁରୀ ହୋତା ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କିତ ସୁରକ୍ଷା ଓ ଯତ୍ନ ଉପରେ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ କିଶୋର ନ୍ୟାୟ ଆଇନ, ପୁତ୍ର ସନ୍ତାନ ପ୍ର।ଧ।ନ୍ୟ ଓ ଲିଙ୍ଗ ନିରୂପଣ ନିମିତ୍ତ ଥିବା ବିଧି, ପୋସ୍କୋ ଆଇନ୍ ଉପରେ ଜଣାଇଥିଲେ । ସୁରକ୍ଷା ଅଧିକାରୀ ଚୁଡ଼ାମଣି ପଣ୍ଡା ବେଟି ବଚାଓ ବେଟି ପଢାଓ, ଝିଅ ବଞ୍ଚ।ନ୍ତୁ ଝିଅ ପଢାନ୍ତୁ, କନ୍ୟା ସନ୍ତାନର ମୂଲ୍ୟବୋଧ ବୃଦ୍ଧି ଏବଂ ଶିକ୍ଷା ସଶକ୍ତିକରଣ କରାଇବା, ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ବୁଝାଇ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ମିଶନ ଶକ୍ତିର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ବିଜୟ କୁମାର ବେହେରା,ଏହି କାର୍ଯ୍ୟକ୍ରମରେ ବିଏଲ୍‌ଓ ସତ୍ୟପ୍ରିୟ ବେହେରା, ବିପିସି ଘଣ୍ଟଦେବ ପ୍ରସାଦ ନାଗ, ସମନ୍ୱିତ ଶିଶୁ ବିକାଶର ସୁପରଭାଇଯର ବିଜୟା ସାହୁ, ଧନଦେଇ ସାହୁ, ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦିକାମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି କହିଲେ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ଅନୁଯାଇ ଗ୍ରାମ ପଞ୍ଚାୟତର ଗ୍ରାମସଭାରେ ଓ ବାର୍ଷିକ ଖସଡ଼ା ଯୋଜନାରେ ଜିପିଡିପିରେ ଶିଶୁ ସୁରକ୍ଷା ଓ ଯତ୍ନ ପାଇ ୫% ବଜେଟ ସ୍ଥାନିତ କରିବାକୁ ଜଣାଇଥିଲେ ଏଵଂ ଶେଷ ସମୟରେ ନିଲିମା ରଣ। ଝିଅମାନଙ୍କ ଉପରେ ଆଧାରିତ ଏକ ଗୀତ ଗାଇଥିଲେ ଏବଂ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରିଥଲେ ।

Leave A Reply

Your email address will not be published.