ଲୋହାରପାଲି ପଞ୍ଚାୟତ ସ୍ତରୀୟ ସଂଘ ତରଫରୁ ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲୋହାରପାଲି ପଞ୍ଚାୟତ ଅଧୀନସ୍ଥ କବିବରପୁର, ଗାମ୍ଭାରୀଡିହି, ସର୍ଗିଯୋରୀ, ଲୋହାରପାଲି ଗ୍ରାମ ଠାରେ ଗତ ୫ ରୁ ୧୧ ତାରିଖ ପର୍ୟ୍ୟନ୍ତ ଖାଦ୍ୟ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ ଉପରେ ବ୍ୟାପକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଆଶାକର୍ମୀ, ଅଙ୍ଗନୱାର୍ଡ କର୍ମୀ, ପଞ୍ଚାୟତ ପ୍ରତିନିଧି, ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ଓଡିଶା ଜୀବିକା ମିଶନ ତରଫରୁ ଏମ.ବି.କେ. ଗୋଷ୍ଠୀ ସହାୟିକା ଅଂଶଗ୍ରହଣ କରିଥିଲେ । ବର୍ଷାଋତୁର ଆଗମନକୁ ଦୃଷ୍ଟିରେ ରଖି ଗ୍ରାମ ପରିମଳ ସ୍ବଛ ରଖିବା, ପାଇଖାନା ବ୍ୟବହାର କରିବା, ଛୋଟ ଶିଶୁ ଓ କିଶୋର ବାଳିକା ମାନଙ୍କ ଯତ୍ନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ଅଞ୍ଚଳବାସୀ ଭୁୟସୀ ପ୍ରଂଶସା କରିଥିଲେ । ଉକ୍ତ ତାଲିମକୁ ଏମ.ବି.କେ. ଶ୍ରୀମତୀ ସୌଭାଗ୍ୟ ସେନୀ ସେଠ ପରିଚାଳନା କରିଥିଲେ ।

Leave A Reply

Your email address will not be published.