ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ଶିବିର ବୁଧବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ଦ୍ୱାରା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ସରକାରୀ ଭୋକେସନାଲ ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଶୁଭଶ୍ରୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରୀମାନଙ୍କୁ ଧର୍ଯ୍ୟ ଓ ସାହସର ସହିତ କଠିନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରେରଣା ଦେଇଥିଲେ । ତାଲିମ ଶିବିର ସଂଯୋଜକ ଅଧ୍ୟାପକ ରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶିବିର କିଭଳି ସୂଚାରୁ ରୂପେ ସମାପନ ହେବ ସେ ଦିଗରେ ସୂଚନା ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ମନସୀ ମଲ୍ଲିକ ଓ ଯଜ୍ଞ ମଲ୍ଲିକ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ । ଅଧ୍ୟାପକ ଧୋବାଇ ଚରଣ ପଟେଲ, ଦୁର୍ବାଦଳ ଘିବେଲା ପ୍ରମୁଖ ମଞ୍ଚାସୀନ ଥିଲେ । ପିଇଟି ପ୍ରଶାନ୍ତ ଥନାପତି, ଗ୍ରନ୍ଥପାଳ ପ୍ରଦୀପ ମହାନ୍ତି, ବିଇଓ ବାଳଶଙ୍କର ମେହେର, ମୁଖ୍ୟ କିରାଣୀ ଅବନୀ ରଞ୍ଜନ ସିଂନିନା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିବା ବେଳେ ଅଧ୍ୟାପକ ଗୋବିନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!