ଗଞ୍ଜାମ ବ୍ଲକସ୍ତରୀୟ ତାଲିମ ମେଳା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ବ୍ଲକସ୍ତରୀୟ ଶିକ୍ଷା ଓ ତାଲିମ ନିମନ୍ତେ ପରାମର୍ଶ ମେଳା ଭାରତୀ ବିଦ୍ୟାପୀଠ ସଭାଗୃହରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ପୂର୍ବ ଭାରତର ଟେକ୍ନିକାଲ ହବ ହେବାକୁ ଯାଉଛି ଓଡିଶା ବୋଲି ନିଜ ବକ୍ତବ୍ୟରେ କହିଥିଲେ । ତେଣୁ ସମସ୍ତେ କିଭଳି ଏହାର ସୁବିଧା ସୁଯୋଗ ନେଇ ନିଜର ଦକ୍ଷତାକୁ ପ୍ରତିପାଦନ କରିପାରିବେ ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥିଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଅତିରିକ୍ତ ବ୍ଲକ ଗୋଷ୍ଟୀ ଅଧିକାରୀ ଭବାନୀ ଶଙ୍କର ପ୍ରଧାନ, ୟଙ୍ଗ ପ୍ରଫେସନାଲ ଜିତେନ୍ଦ୍ର ଉପାଧ୍ୟାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଏଥିରେ ୧୮୭ ଜଣ ଯୁବକ, ଯୁବତୀ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ବିପିଏମ୍‌ ଜଳନ୍ଧର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.