ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଅନ୍ଧାରିବାଞ୍ଜି ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଦ୍ଵାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତ ମୁଖ୍ୟ ଅତିଥି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କପୁର୍ଚ୍ଚନ ପଧାନ, ସରପଞ୍ଚ ତେଜମୟୀ ସାହୁ, ଅନ୍ଧାରିବାଞ୍ଜି ସିଏଚଓ ସୁଜାତା ମହନ୍ତ, ପ୍ରଶିକ୍ଷିକା ତପସ୍ୱିନୀ ଦାସ, ପ୍ରଶିକ୍ଷକ ନିମାଇଁଚରଣ ମଲ୍ଲିକ ଓ ହୃଷିକେଶ ଡାଙ୍ଗ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେଇଥିଲେ । ଏହି ଅବସରରେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଆଧାରରେ ବୃକ୍ଷ ରୋପଣ ମଧ୍ୟ କରିଥିଲେ । ଶିକ୍ଷକ ପବିତ୍ର ପଧାନ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଜୁନିଅର ରେଡକ୍ରସ କାଉନସିଲର ଅକୁନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥଲେ ।

Prev Post