centurian jitm

ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ପାଇଁ ସଚେତନତା ତାଲିମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ପାଇଁ ସଚେତନତା ତାଲିମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧକ୍ଷ ଶିଶୁ ମଙ୍ଗଳ ସମିତି ଯୁଗେଶ୍ୱର ମହାନ୍ତି ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ କିଶୋର ନ୍ୟାୟ ଆଇନ୍ ୨୦୧୫, ଶିଶୁ ଶ୍ରମିକ ଆଇନ, ଫୋଷ୍ଟୋର କେୟାର, ଆପ୍ ଟର କେୟାର, ବାଲ୍ୟ ବିବାହ ଆଇନ୍, ପୋଷ୍ୟ ସନ୍ତାନ ଗ୍ରହଣ ଆଇନ୍, ପୋସକୋ ଆଇନ୍ , ଚାଇଲ୍ଡ ହେଲ୍ପ ଲାଇନ ୧୦୯୮ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ତାଲିମ ପ୍ରଦାନ କରି ଆହ୍ୱାନ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆଶ ଶିଶୁମାନଙ୍କର ଯତ୍ନ ସୁରକ୍ଷା ପାଇଁ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଉପରେ ଜଣାଇଥିଲେ । ଏହି ଅବସରରେ ଏଡ୍ ଏଡ୍ ଆକ୍ସନର ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଜିଲ୍ଲା ପରାମର୍ଶଦାତା ଆଲିଶା ଚକ୍ରବର୍ତ୍ତୀ ଉପସ୍ଥିତ ରହି ବାଲ୍ୟ ବିବାହ ଆଇନ୍ କାନୁନ୍ ଉପରେ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଏହି ତାଲିମର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ସଚେତନତା କରିଥିଲେ ଏବଂ ଶିଶୁ ସୁରକ୍ଷା ଯତ୍ନ ପାଇଁ ଥିବା ବିଭିନ୍ନ ଯୋଜନା ଉପରେ ଆଶୀର୍ବାଦ, ଗ୍ରୀନ ପାସେଜ, ପନସର୍ ସିପ୍ ବା ପୃଷ୍ଟ ପୋଷକତ୍ତା ରାଶି, ଯଶୋଦା ଯୋଜନା ଉପରେ ଆବଶ୍ୟକତା ଥିବା କାଗଜ ଉପରେ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଶିଷ ନାୟକ, ଚାଇଲ୍ଡ ହେଲ୍ପ ଲାଇନର ବସନ୍ତ ହରିପାଲ, ସୁଦାମ ଖମାରୀ, ଶୁଭମ୍ ଜେନା, ସୁନ୍ଦର ସା, ଶ୍ରଦ୍ଧାଞ୍ଜଳି ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.