oom

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ ଦୁଇ)ରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁରିବାହାଲ ସଦର ଫରେଷ୍ଟର ପୁଷ୍ପାଞ୍ଜଳୀ ଯୋଶୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରୀମାନଙ୍କୁ ନିଜେ ନିଜର ଆତ୍ମସୁରକ୍ଷା କରିବା ପାଇଁ ଉତ୍ସାହିତ କରିବା ସହ ମାନପତ୍ର ବଣ୍ଟନ କରିଥିଲେ । ଶିବିର ସଂଯୋଜିକା ତଥା ଓଡ଼ିଆ ଅଧ୍ୟାପିକା ଭବାନୀ ପୋଢ଼ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ବିକ୍ରମ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ମାଷ୍ଟର ଟ୍ରେନର ଭାବେ କୁମାରୀ ଗୌରୀ ରାଉତ ଓ କୁମାରୀ ଡାକପ୍ରିୟା ନାଗ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ପ୍ରଥମ ବର୍ଷର ମୋଟ ୧୪୮ଜଣ ଛାତ୍ରୀ ଆତ୍ମସୁରକ୍ଷା ତାଲିମରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.