oom

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ)ରେ ଆଜି ଗୁରୁବାରଠାରୁ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ତାଲିମ ଶିବିରରେ ମାଷ୍ଟର ଟ୍ରେନ୍‌ର ଭାବେ କୁମାରୀ ଗୌରୀ ରାଉତ ଓ କୁମାରୀ ଡାକପ୍ରିୟା ନାଗ ତାଲିମ ପ୍ରଦାନ କରୁଛନ୍ତି । ଶିବିର ସଂଯୋଜିକା ତଥା ଓଡ଼ିଆ ଅଧ୍ୟାପିକା ଭବାନୀ ପୋଢ଼ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ବିକ୍ରମ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ମୋଟ ୧୪୮ଜଣ ଛାତ୍ରୀ ଆତ୍ମସୁରକ୍ଷା ତାଲିମରେ ଅଂଶ ଗ୍ରହଣ କରୁଛନ୍ତି ।

jittmm
Leave A Reply

Your email address will not be published.