oom

କୃଷକ ଉତ୍ପାଦକ କମ୍ପାନୀର କର୍ମଚାରୀମାନଙ୍କୁ ଦକ୍ଷତା ବିକାଶ ଏବଂ ଖାତା ପତ୍ର ଲିଖନ ତାଲିମ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ କୃଷକ ଉତ୍ପାଦକ କମ୍ପାନୀର କର୍ମଚାରୀମାନଙ୍କ ନିମନ୍ତେ ଏକ ତିନି ଦିବସୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ୧୬ ଠାରୁ ୧୮ ତାରିଖ ତିନି ଦିନ ଧରି ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମଟି ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ତଥା ନାବାର୍ଡ ସହାୟତାରେ ଅଗ୍ରଣୀ ସେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହୋଇଥିଲା । ଭାରତ ସରକାରଙ୍କ ୧୦,୦୦୦ କୃଷକ ଉତ୍ପାଦକ କମ୍ପାନୀ ଗଠନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି କେନ୍ଦ୍ରୀୟ ଯୋଜନାରୁ ମହାଶକ୍ତି ଫାଉଣ୍ଡେସନ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ୩୮ ବ୍ଲକରେ ୩୮ଟି ଏଫପିଓ ଗଠନ କରିଛି । ଏହି କ୍ରମରେ ସମସ୍ତ କୃଷକ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ହିସାବ ରକ୍ଷକମାନଙ୍କୁ ଦକ୍ଷତା ବିକାଶ ଏବଂ ନଥିପତ୍ର ଲିଖନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ସାଧନ କର୍ମୀ ଭାବରେ ବରିଷ୍ଠ ତାଲିମଦାତା ମୋହନ କୁମାର ବଳିୟାର ସିଂ, ଡ଼. ଅମୂଲ୍ୟ ମହାନ୍ତି ଏବଂ ହୃଷୀକେଶ ସାହୁ ଯୋଗଦେଇ ଦକ୍ଷତା ବିକାଶ, ନେତୃତ୍ୱ ବିକାଶ, ଉତ୍ପାଦକ କମ୍ପାନୀ ପରିଚାଳନା, ଅଧିକାରୀଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ତାଲିମ ପ୍ରଦାନ କରିଥିଲେ । ସେହିପରି ଜ୍ୟୋତିରଞ୍ଜନ ମହାପାତ୍ର ଏବଂ ରାଜେନ୍ଦ୍ର ମେହେର ତଳିମାର୍ଥୀମାନଙ୍କୁ ନଥିପତ୍ର ଲିଖନ କମ୍ପାନୀ ଆଇନ ଅନୁସାରେ ରିପୋର୍ଟ ଦାଖଲ ବିଭିନ୍ନ ବୈଧାନିକ କାଗଜାତ ପ୍ରସ୍ତୁତି ଉପରେ ତାଲିମ ପ୍ରଦାନ କରିଥିଲେ । ପ୍ରଥମ ଦିବସରେ ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଏବଂ ଅନ୍ତିମ ଦିବସରେ ଲକ୍ଷ୍ମଣ କୁମାର ସଏ ବଲାଙ୍ଗିର ନାବାର୍ଡ ଡିଡିଏମ ଉପସ୍ଥିତ ରହି ତଳିମାର୍ଥୀମାନଙ୍କୁ ଏକ ଆଦର୍ଶ ଉତ୍ପାଦକ କମ୍ପାନୀ ଗଠନରେ ସେମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହିତ ଏହି କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ଲକ୍ଷ୍ୟ ବିଷୟରେ କହିଥିଲେ । ଚାଷୀ ଓ ଚାଷର ଉନ୍ନତି ନିମନ୍ତେ କୃଷକ ଉତ୍ପାଦକ କମ୍ପାନୀ ହେଉଛି ବର୍ତ୍ତମାନ ସମୟର ଆହ୍ୱାନ ବୋଲି ସେମାନେ ମତ ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.