om academy

ଗ୍ରାମ୍ୟ ଜଳ ଯୋଗାଣ ପକ୍ଷରୁ ଜଳ ପରୀକ୍ଷା ତାଲିମ ଶିବିର

jsm

ପାଟଣା : ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା ପକ୍ଷରୁ ପାଟଣା ବ୍ଲକ ସଭାଗୃହରେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ୨୦ ଜଣ ଏମ୍‌ବିକେମାନଙ୍କୁ ପାନୀୟ ଜଳର ଗୁଣବତ୍ତା ପରୀକ୍ଷା ପାଇଁ ତାଲିମ ପ୍ରଦାନ କରାଯାଇଛି । ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ସସ୍ମିତା ନାୟକଙ୍କ ସହ ବିଭାଗୀୟ ରସାୟନବିତ ପ୍ରକାଶ କିଶୋର ନନ୍ଦ, ସନ୍ଦିପ କୁମାର ସାମନ୍ତ ରାୟ, ସ୍ୱାତୀ ମହାପାତ୍ର ଓ ଏଲ ଏ ସୌମ୍ୟରଂଜନ ମୁଦୁଲି ପ୍ରମୁଖ ଏମ୍‌ବିକେ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଏମ୍‌ବିକେ ମାନେ ପାନୀୟ ଜଳ ଉତ୍ସ ନଳକୂପ ଏବଂ ପାନୀୟ ଜଳ ପ୍ରକଳ୍ପର ପାଣିର ଗୁଣବତ୍ତା ପରୀକ୍ଷା କରି ସବିଶେଷ ତଥ୍ୟ ବିଭାଗୀୟ ୱେବସାଇଟରେ ଲୋଡ଼ କରିବେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.