ppurohit

ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ତାଲିକାରେ ବଲାଙ୍ଗିରର ନୀତିଶ ପଧାନ

2nd
  • ରାଷ୍ଟ୍ରୀୟ ଓ ରାଜ୍ୟ ନେତୃତ୍ୱଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ପ୍ରକାଶ କଲେ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ(ଏନ୍‌ଏସ୍‌ୟୁଆଇ)ର ସାଧାରଣ ସମ୍ପାଦକ ପଦରେ, ନିତିଶ ପାଧାନଙ୍କୁ ନିର୍ବାଚିତ କରାଯାଇଛି ।ଏବଂ ତାଙ୍କ ସହ ୮ ଜଣ ଉପସଭାପତି, ୩୧ ଜଣ ସାଧାରଣ ସମ୍ପାଦକ ଏବଂ ୩୮ ଜଣ ସମ୍ପାଦକଙ୍କ ନାମରେ ମୋହର ବାଜିଛି । ଏହି ନିଯୁକ୍ତି ଏନ୍‌ଏସ୍‌ୟୁଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ବରୁଣ ଚୌଧୁରୀ ଓ ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ କନ୍ହାଇୟା କୁମାରଙ୍କ ଅନୁମୋଦନ ପରେ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି । ବଲାଙ୍ଗିର ଜିଲ୍ଲାରୁ ଆସିଥିବା ଏହି ଯୁବ ନେତା ଦୀର୍ଘଦିନ ଧରି ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସମସ୍ୟା ଉପରେ ଅନୁଷ୍ଠିତ ଆନ୍ଦୋଳନରେ ଭାଗ ନେଇଛନ୍ତି ଓ ତୃଣମୂଳ ସ୍ତରରେ ଛାତ୍ରମାନଙ୍କ ମଧ୍ୟରେ ଜଣେ ସଜାଗ ଓ ନିଷ୍ଠାବାନ୍‌ ପ୍ରତିନିଧି ଭାବେ ପରିଚିତ । ନିଯୁକ୍ତି ପରେ ନିତିଶ ପାଧାନ ଗଭୀର କୃତଜ୍ଞତା ବ୍ୟକ୍ତ କରି କହିଛନ୍ତି ଯେ, ଏହି ଦାୟିତ୍ୱ ମୋ ପାଇଁ ଗର୍ବର ବିଷୟ ଓ ଏହି ଅବସର ମୋ ପାଇଁ ଏକ ଦୃଢ଼ ସଂକଳ୍ପର ସମୟ । ସେ ପୁଣି କହିଛନ୍ତି ଯେ ଏହି ନିଯୁକ୍ତି ସହ ମୁଁ ଓଡ଼ିଶାର ଛାତ୍ର ଓ ଯୁବ ମନର ଆଶା ଓ ଆକାଂକ୍ଷାର ପ୍ରତିନିଧିତ୍ୱ କରିବି । ସେ ଏହି ଅବସରରେ ସେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ଏନଏସୟୁଆଇ ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ କନ୍ହାଇୟା କୁମାର, ଏନଏସୟୁଆଇ ରାଷ୍ଟ୍ରୀୟ ସଭାପତି ବରୁଣ ଚୌଧୁରୀ, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ଓଡିଶା ଛାତ୍ର କଂଗ୍ରେସ ପ୍ରଭାରୀ ଛୁନୁ ସିଂ, ବଲାଙ୍ଗିର ଯୁବ ନେତୃତ୍ୱର ପ୍ରେରଣା ସମରେନ୍ଦ୍ର ମିଶ୍ରଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.