ଭୁବନେଶ୍ୱର, (କେପିଏନ୍ଏସ୍) : ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ନର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକାରେ ସଂଶୋଧନ କାର୍ଯ୍ୟକ୍ରମ ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଦୃଷ୍ଟିରୁ ଆରମ୍ଭ ହୋଇପାରି ନଥିଲା ଓ ଏ ସଂପର୍କରେ ଭାରତ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ନିର୍ବାଚନ ଆୟୋଗଙ୍କ ଅନୁମୋଦନ ପରେ ନିମ୍ନମତେ ୦୧- ପଦ୍ମପୁର ନିର୍ବାଚନ ମଣ୍ଡଳୀର ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ କରାଯିବ ।
ତା.୦୬/୦୧/୨୦୨୩ ରିଖ (ଶୁକ୍ରବାର) ଦିନ ଚିଠା ଭୋଟର ତାଲିକା ପ୍ରକାଶନ, ତା.୦୬/୦୧/୨୦୨୩ ରିଖ (ଶୁକ୍ରବାର) ଠାରୁ ତା.୦୬/୦୨/୨୦୨୩ ରିଖ (ସୋମବାର) ପର୍ଯ୍ୟନ୍ତ ଭୋଟରମାନଙ୍କ ଆପତ୍ତି – ଅଭିଯୋଗ ଗୁଡିକ ଗ୍ରହଣ କରାଯିବ । ତା,୧୪/୦୧/୨୦୨୩, ତା, ୧୫/୦୧/୨୦୨୩ ଏବଂ ତା,୨୧/୦୧/୨୦୨୩ ଓ ତା,୨୨/୦୧/୨୦୨୩ ତାରିଖରେ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସ କରାଯିବ । ଏହି ଦିନମାନଙ୍କରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥରେ ବୁଥ୍ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଫଟୋ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିର୍ବାଚକମାନଙ୍କୁ ସହାୟତା ଯୋଗାଇଦେବେ । ତା, ୧୭/୦୨/୨୦୨୩ ରିଖ (ଶୁକ୍ରବାର) ଦିନ ଦାବୀ, ଆପତ୍ତି, ଅଭିଯୋଗ ଗୁଡିକର ଶୁଣାଣି କରାଯିବ । ତା.୨୨/୦୨/୨୦୨୩ରିଖରେ ଚୂଡାନ୍ତ ଫଟୋ ଭୋଟର ତାଲିକାର ପ୍ରକାଶନ ପାଇଁ ନିର୍ବାଚନ ଆୟୋଗଙ୍କ ଅନୁମତି କ୍ରମେ ତନଖି କରାଯିବ ଓ ତା.୨୮/୦୨/୨୦୨୩ ରିଖରେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଫଟୋ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।