ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲ ତତ୍ୱାବଧାନରେ ପ୍ରାଧିକରଣର ସଭାଗୃହଠାରେ ପ୍ରାଧିକରଣର ତଥା ଲୋଇସିଂହା ଓ ସଇଁତଲା ତାଲିକା ଭୁକ୍ତ ପାରା ଲିଗାଲ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଏକ ତାଲିମ ଶିବିର ତା ୦୭.୦୮.୨୦୨୫ ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପ୍ରାଧିକରଣର ଅଧକ୍ଷ ଡ. ସାମଲ ଉଦ୍ଘାଟନ କରିଥିଲେ ଓ ସ୍ୱେଚ୍ଛାସେବୀମାନଙ୍କୁ ସଂବିଧାନ ଓ କାନୁନ ଅନୁଯାୟୀ ଅଧିକାର, କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ଅନୁପ୍ରାଣିତ କରିଥିଲେ । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ ବିଭିନ୍ନ ପ୍ରକାର ବିବାଦ କିଭଲି ଲୋକ ଅଦାଲତ, ମଧ୍ୟସ୍ଥତା, ଆର୍ବିଟ୍ରେସନ ମାଧ୍ୟମରେ ସ୍ୱଳ୍ପ ଓ ଶୀଘ୍ର ସମାଧାନ ମିଳିପାରିବ, ତାହା ସଚେତନ କରାଇଥିଲେ । ଉକ୍ତ ଶିବିରରେ ଅଧ୍ୟାପକ ଚଣ୍ଡିପ୍ରସାଦ ଖମାରୀ ଆଇଜିବୀ, କୁଶଲ ପଟେଲ, ଡି.ଏସ.ପି ତାରାବତି ପ୍ରଧାନ ଓ ଭାରତୀ ନାୟକ, ସମ୍ମୁଖ କାର୍ଯ୍ୟାଳୟ ରିଟେନର ସୁଧାଂସୁ ଶେଖର ଶତପଥୀ. ଡି.ସି.ପି.ଓ ଦିଗାମ୍ବର କର, ପ୍ରମୁଖ ଆଇନ ସେବା ପ୍ରତିକ୍ଷକ ଆଇନଜୀବୀ ଅରବିନ୍ଦ ପୁଜାରୀ ଆଦି ଯୋଗ ଦେଇ ପାରା ଲିଗାଲ ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ଆଇନ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ ।
