ଟଳିଗଲା ବାତ୍ୟା : ପ୍ରସ୍ତୁତି ଅନେକ, ପ୍ରଭାବ ଶୂନ୍

ଜୟପାଟଣା, (ଶେଷଦେବ ବେହେରା) : ଆସନ୍ନ ବାତ୍ୟାକୁ ନଜରରେ ରଖି ପ୍ରଶାସନିକ ବ୍ୟବସ୍ଥାକୁ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ସମସ୍ତଙ୍କୁ ସଜାଗ କରି ଦିଆଯାଇଥିଲା । ପୂର୍ବରୁ ବନ୍ୟା ବିପତ୍ତି ଆଣୁଥିବା ନଦୀକୂଳିଆ ଗାଁମାନଙ୍କରେ ଲୋକଙ୍କୁ ସତର୍କ କରାଇବା ସହିତ ଅସ୍ଥାୟୀ ଶିବିରମାନ ଆୟୋଜିତ କରାଯାଇ ଲୋକଙ୍କୁ ଆଶ୍ରୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଥିଲା । ବିଦ୍ୟାଳୟ ମାନଙ୍କର ଛୁଟି ଘୋଷଣା କରି ଦିଆଯାଇଥିଲା । ଯେକୌଣସି ସ୍ଥିତିକୁ ମୁକାବିଲା କରିବା ପାଇଁ ଅଗ୍ନିଶମ ଓ ପୋଲିସ ବିଭାଗକୁ ସଜାଗ କରିଦିଆ ଯାଇଥିଲା । ଯେକୌଣସି ମୁହୂର୍ତ୍ତରେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଇନ୍ଦ୍ରାବତୀ ନଦୀ ଗର୍ଭକୁ ପାଣି ଛଡ଼ା ଯିବା ନେଇ ନଦୀକୂଳିଆ ଅଞ୍ଚଳ ମାନଙ୍କୁ ସତର୍କ କରିଦିଆ ଯାଇଥିଲା । ଲୋକେ ତିନିଦିନ ଧରି ବାତ୍ୟାକୁ ନେଇ ଆଶଙ୍କା ମଧ୍ୟରେ ଗତି କରୁଥିବା ବେଳେ ଚାଷୀକୁଳ ସୁନାର ଫସଲକୁ ହରାଇବା ଆଶଙ୍କାରେ ବ୍ୟଥିତ ହୋଇ ପଡ଼ିଥିଲେ । ତିନିଦିନ ଧରି ଆଖିରୁ ନିଦ ହଜାଇ ଥିବା ଚାଷୀ ଏବେ ଆଶ୍ୱସ୍ଥ । ଦକ୍ଷିଣ ଓଡ଼ିଶାକୁ ଛିନ୍‌ଭିନ୍‌ କରିବାର ଭୟ ଦେଖାଇ ଥିବା ବାତ୍ୟା ଦିଗ ଓ ଦିଶା ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଵସ୍ଥ କରିଛି ।

Leave A Reply

Your email address will not be published.