ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଚନ୍ଦ୍ରଶେଖର

ଭୁବନେଶ୍ୱର : ଆଜି ଦେଇଥାନ୍ତେ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପୂର୍ବରୁ ଲିଭିଗଲା ଚନ୍ଦ୍ରଶେଖର ଜୀବନ ଦୀପ । ସୂଚନା ଅନୁସାରେ ସେ ଗତ ଦୁଇଦିନ ତଳେ ଭୋଜି ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କ ପେଟ କାଟିବାରୁ ପରିବାର ଲୋକେ ଗୋପାଳପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ର ଜଣକ ବାହାନଗା ବ୍ଲକ ବାରିପଦା ଉଦୟ ନାରାୟଣ ହାଇସ୍କୁଲର ଛାତ୍ର କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର ମାଝୀ ବୋଲି ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।

Leave A Reply

Your email address will not be published.