ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଜାରି

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଚାଲିଛି । ଗତ ୬ ତାରିଖରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୧୮୩ ଲି ହାତରନ୍ଧା ମଦ, ୫୬ ଲି ବାହାର ଭାଟିମଦ, ୯ ଲି ବିଅର, ୩୨୫୦ କେଜି ମହୁଲ ପୋଚ ଏବଂ ଦୁଇ ଗୋଟି ବାଇକ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୩ ଲକ୍ଷ ୧୫ ହଜାର ୩୨୦ ଟଙ୍କା ହେବ । ଅଦ୍ୟାବଧି ଅବକାରୀ ବିଭାଗ ୮୬ ଲି ବିଅର୍, ୪୨ ଲି ବିଦେଶୀ ମଦ, ୬ ହଜାର ୯ ଶହ ୬୩ ଲି ହାତରନ୍ଧା ମଦ, ୧୫୧୨ ଲି ବାହାର ଭାଟିମଦ, ୬୦ କେଜି ଗଞ୍ଜେଇ ଏବଂ ୧ ଲକ୍ଷ ୭୧ ହଜାର ୩୦୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ୩ ହଜାର ୭୫୬ ଟଙ୍କା ହେବ । ଏହା ସହିତ ୮ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛି । ବର୍ତ୍ତମାନ ସୁଦ୍ଧା ୨୪୨ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଥିବା ବେଳେ ୧୩୪ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି । ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.