ସର୍ଗିପାଲି ସରକାରୀ ସ୍କୁଲର ଆର୍ଥିକ ଅନିୟମିତତା ଅଭିଯୋଗରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ମହରାପଦର ପଞ୍ଚାୟତ ସର୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଆର୍ଥିକ ଅନିୟମିତତା ପ୍ରତିବାଦରେ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପକାଇ ଥିଲେ । ଯାହାଫଳରେ ବିଦ୍ୟାଳୟ ବନ୍ଦ ରହିବା ସହ ଆନ୍ଦୋଳନରେ ଛାତ୍ରୀଛାତ୍ର ମନେ ସାମିଲ ହୋଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସରୋଜ ପାଣିଗ୍ରାହୀ ବିଦ୍ୟାଳୟର ବିଭିନ୍ନ ପାଣ୍ଠିର ଦାୟିତ୍ବ ନଦେଇ ସରକାରୀ ଅର୍ଥକୁ ବେଆଇନ ଭାବେ ଉଠେଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ନହେବାରୁ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ଏନେଇ ଖବରପାଇ ଖପ୍ରାଖୋଲ ବ୍ଲକ୍‌ ସହଶିକ୍ଷା ଅଧିକାରୀ ବିରେନ୍ଦ୍ର କୁମାର ସାହୁ, ମହରାପଦର ସରପଞ୍ଚ ସୁମତି ପଧାନ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଡକାଇ ଟଙ୍କା ଫେରସ୍ତର ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.