ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବକଟି, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବକଟି ପଂଚାୟତ ବକଟି ଉଷାଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ମୁଖ୍ୟ ଗେଟ୍‌ରେ ତାଲା ପକାଇଛନ୍ତି । ପ୍ରାପ୍ତ ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ମୋଟ ଛାତ୍ରଛାତ୍ରୀ ସଂଖ୍ୟା ହେଉଛି ୨୪୨ ଜଣ, କିନ୍ତୁ ଶିକ୍ଷକ ଅଛନ୍ତି ମୋଟ ୭ ଜଣ । ଗତ ୨୦୧୯ ଠାରୁ କନିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଗୀତା ସାହୁଙ୍କୁ ଡେପୁଟେସନରେ ନେଇଗଲେ । ଉକ୍ତ ବିଦ୍ୟାଳୟକୁ ସେହି ଶିକ୍ଷକ ଫେରସ୍ତ ନହେବାରୁ ତା.୨୩/୧୧/୨୨ ତାରିଖରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅଭିଭାବକମାନେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାରମ୍ବାର ଅନୁରୋଧ ସତ୍ୱେ କିଛି ସମାଧାନ ନକରିବାରୁ ଗ୍ରାମବାସୀ ଚଳିତ ମାସ ପୁଣି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଏହାର ସମାଧାନ ପାଇଁ ଅଭିଯୋଗ କରିଥିଲେ । ଯଦି କିଛି ସୁଫଳ ନମିଳିଲେ ଆଗାମୀ ଦିନରେ ସ୍କୁଲରେ ତାଲା ପକାଇବାକୁ ବାଧ୍ୟ ହେବୁ ବୋଲି କହିଥିଲେ । ଅଭିଭାବକମାନେ ପ୍ରକାଶ କରିଛନ୍ତି ଯେ, ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ହେଉଛି ୨୪୨ ଜଣ, ଶିକ୍ଷକ ଅଛନ୍ତି ମୋଟ ୭ ଜଣ । ତେଣୁ ପାଠପଢାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ । ପ୍ରକାଶ ଯୋଗ୍ୟ କି, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ କିନ୍ତୁ ଶିକ୍ଷକ ମାତ୍ର ୭ ଜଣ ତେଣୁ ଡେପୁଟେସନରେ ଯାଇଥିବା ଶିକ୍ଷୟିତ୍ରୀଙ୍କୁ ପୁଣି ନିଜ ସ୍କୁଲକୁ ଫେରସ୍ତ କରିବାପାଇଁ ଅନୁରୋଧ ସତ୍ୱେ କିଛି ସମାଧାନର ରାସ୍ତା ବାହାର ନକରିବାରୁ ଅଭିଭାବକମାନେ ବାଧ୍ୟ ହୋଇ ସ୍କୁଲରେ ତାଲା ପକାଇଛନ୍ତି । ଏହାର ସମାଧାନ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲକୁ ତାଲା ପକାଇ ରଖିବୁ ଆଉ ଯଦି କିଛି ଅପ୍ରୀତିକର ପର ସ୍ଥିତି ସୃଷ୍ଟି ହୁଏ ପ୍ରଶାସନ ଉତ୍ତରଦାୟୀ ରହିବ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.