centurian jitm

ବଲାଙ୍ଗିର ସଦର ବ୍ଲକ ତୈଳିକ ବୈଶ୍ୟ ସମାଜର ନୂତନ କମିଟି ଗଠନ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଝାଙ୍କରପାଲି ଗ୍ରାମରେ ଯୋଗେଶ୍ୱର ସାହୁଙ୍କ ସଭାପତିତ୍ୱରେ ତୈଳିକ ସମାଜର ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କମିଟିର ସଭାପତି ଉମାକାନ୍ତ ସାହୁ, ସଂପାଦକ ପ୍ରଦୀପ ସାହୁ, ସଂଗଠାନିକ ସଂପାଦକ ବିକାଶ ରଂଜନ ସାହୁ ଉପସ୍ଥିତ ରହି ସମାଜର ପୃଷ୍ଠଭୂମି, ଆଭିମୁଖ୍ୟ ତଥା ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା କାର୍ଯ୍ୟ ଆରମ୍ଭରେ ନଗର କମିଟି ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ସାହୁ ପୂଜାର୍ଚ୍ଚନା କରିଥିଲେ । ଏହି ସଭାରେ ସଦର ବ୍ଲକ ପାଇଁ ନୂତନ କମିଟି ଗଠନ କରାଯଇ ହିମାଂଶୁ ଭୂଷଣ ସାହୁଙ୍କୁ ସଭାପତି, ମହେନ୍ଦ୍ର ସାହୁଙ୍କୁ ଉପସଭାପତି, ବୈଶାଖୁ ସାହୁଙ୍କୁ କୋଷାଧ୍ୟକ୍ଷ, ନରହରି ସାହୁଙ୍କୁ ସଂପାଦକ, ଲିଳାମୟ ସାହୁ, ପରମେଶ୍ୱର ସାହୁଙ୍କୁ ସହ ସଂପାଦକ ତଥା ହେମସାଗର ସାହୁ, ବିରେନ୍ଦ୍ର ସାହୁ, ସୁରେଶ ସାହୁ, ପ୍ରହଲ୍ଲାଦ ସାହୁ, ଗଙ୍ଗାଧର ସାହୁ ଓ ସୁଦର୍ଶନ ସାହୁଙ୍କୁ ଉପଦେଷ୍ଟା କମିଟି ଭାବେ ମନୋନୀତ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ନଗର କମିଟିର ସଭାପତି ରେବତୀକାନ୍ତ ସାହୁ ସମାଜର ଉନ୍ନତି ପାଇଁ କେତୋଟି ନୂଆ ପ୍ରସ୍ତାବ ଆଗତ କରିଥିଲେ । ଏହି ସଭାରେ ଜିଲ୍ଲା ତଥା ନଗର କମିଟିର ସଭ୍ୟବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ସଭାରେ ଶରତ ଚନ୍ଦ୍ର ସାହୁ, କୃଷ୍ଣ ବିହାରୀ ସାହୁ, ଦୁର୍ଗା ସାହୁ, ଅନୁପ ସାହୁ, ଅଙ୍କିତ ସାହୁ ସଭାକୁ ସଫଳ କରିବାରେ ସହଯୋଗ କରିଥିଲେ । ସଭା ଶେଷରେ ନରହରି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.