oom

ତୈଳଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦରର ବୃଦ୍ଧି ପ୍ରତ୍ୟାହାର ଦାବୀରେ ପାଟଣାଗଡ଼ ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଛି । ପିସିସି ସଭ୍ୟ ଅନିଲ କୁମାର ମେହେରଙ୍କ ନେତୃତ୍ବରେ ସକାଳ ୭ ଠାରୁ ୧୧ ପର୍ୟ୍ୟନ୍ତ ୪ ଘଣ୍ଟା ପାଇଁ ପାଟଣାଗଡ଼ ସହର ମୁଖ୍ୟ ରାସ୍ତାରେ ଥିବା ପଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହାତରେ ପ୍ଳାକାର୍ଡ ଧରି ପେଟ୍ରୋଲ ଡିଜେଲ ଦର ବୃଦ୍ଧିର ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀମାନେ । ତେଲଦର ନ କମିଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି କ଼ଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନରେ ପାଟଣାଗଡ଼ ନଗର କଂଗ୍ରେସ ସଭାପତି ଜୟକୃଷ୍ଣ ମେହେର, ପାଟଣାଗଡ଼ ବ୍ଳକ କଂଗ୍ରେସ ସଭାପତି ପତିତପାବନ ପ୍ରଧାନ, ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ, ଜିଲ୍ଲା ପରିଷଦ ପ୍ରାର୍ଥୀ ଚନ୍ଦ୍ରଶେଖର ବରିହା, ସିଦ୍ଧାର୍ଥ ମିଶ୍ର, ନାରୀ ନେତ୍ରୀ କଲାବତୀ ବରିହା, ବେଟଖାଇ ସେନାପତି ପ୍ରମୁଖଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.