ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ୭ରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ ତାଇକଣ୍ଡୋ ସ୍କୁଲରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୭ ଅକ୍ଟୋବରରେ ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ପ୍ରଥମ ଜିଲ୍ଲା ସ୍ତରୀୟ ପୁମସେଇ ଓ ଖିରୋଗୀ ଚମ୍ପିୟାନସିପ୍‌ ସ୍ଥାନୀୟ ରିଜର୍ଭ ପୋଲି ଗ୍ରାଉଣ୍ଡ ସ୍ଥିତ ଇନ୍‌ଡୋର ହଲଠାରେ ଅନୁଷ୍ଠିତ ହେବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି । ଓଡିଶା ଟାଇକଣ୍ଡୋ ସଂଘ ସହ ଅନୁବନ୍ଧିତ ଏହି ଜିଲ୍ଲା ସଂଘ ଅଧିନରେ ହେବାକୁ ଥିବା ପ୍ରତିଯୋଗିତାରେ ଜିଲ୍ଲାରୁ ହାରାହାରି ୯୦ ଜଣ ପ୍ରତିଯୋଗୀ ପୁମସେଇ ଓ ଖିରୋଗୀ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ଅସୀମ କୁମାର ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଯେଉଁମାନେ ସଫଳତା ପାଇବେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସେମାନେ ଭାଗ ନେବେ ବୋଲି ସୂଚନା ଦେଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା କୋଚ ଅସୀମ ଭୋଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!