oom

ଜାତୀୟ ରାଜପଥକୁ ଅବରୋଧ କଲେ ଦେଓଗାଁ ପେକ୍ସର ଚାଷୀ : ଆଲୋଚନା ବେଳେ ତହସିଲଦାରଙ୍କୁ ଆକ୍ରମଣ, ଥାନାରେ ଏତଲା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଡାଳୁଆ ଧାନ କିଣିବା ପାଇଁ ଟୋକନ୍‌ ଆସିଛି କିନ୍ତୁ ଟାର୍ଗେଟ ଆସି ନଥିବାରୁ ଚାଷୀମାନେ ଧାନ ବିକ୍ରି କରୁପାରୁ ନାହାନ୍ତି । ଅନ୍ୟପକ୍ଷରେ ଟୋକନ ପାଇବାର ୧୨ଦିନ ମଧ୍ୟରେ ବିକି ନ ପାରିବାରୁ ଟୋକନ ଲେପ୍ସ ହୋଇଛି ତେଣୁ ଏହି ନିୟମକୁ ପ୍ରତ୍ୟାହାର କରିବା କିମ୍ବା ଟୋକନ ଅନୁସାରେ ଟାର୍ଗେଟ ଦେବାକୁ ଦାବୀ କରି ସାଧାରଣ ଚାଷୀମାନେ ଜାତୀୟ ରାଜପଥ ଉପରେ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଦୀର୍ଘ ୩ଘଣ୍ଟା ଧରି ରାଜପଥ ଯିବା ଆସିବା ବନ୍ଦ ହେବା ସହ ରାସ୍ତାକଡ଼ରେ ଶତାଧିକ ଗାଡ଼ି ରହିଥିବା ଦେଖାଯାଇଥିଲା । ଠିକ ୧୨ଟା ସମୟରେ ଧାନ ବୋଝେଇ ଟ୍ରାକ୍ଟରକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିଲେ । ପ୍ରାୟ ୨ଟା ସମୟରେ ଦେଓଗାଁ ତହସିଲଦାର ଘଟଣାସ୍ଥଳକୁ ଆସି ଚାଷୀମାନଙ୍କ ସହ ଆଲୋଚନା କରି ସମାଧାନ ପାଇଁ ପେକ୍ସକୁ ଯାଇଥିବା ବେଳେ ଦେଓଗାଁ ପେକ୍ସର ପୂର୍ବ ସଭାପତି ତଥା ଚାଷୀ ଶୈଲେଶ ସାହୁ ତହସିଲଦାରଙ୍କୁ ଆକ୍ରମଣ କରିଥିବା ନେଇ ତହସିଲଦାର ଚନ୍ଦ୍ରମଣୀ ନାଗ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.