ହରିଶଙ୍କର ମନ୍ଦିର ପରିସରରେ ଉନ୍ନୟନମୂଳକ କାମର ତଦାରଖ କଲେ ଜିଲ୍ଲାପାଳ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିର ପରିସରରେ ହେଉଥିବା ଉନ୍ନୟନମୂଳକ କାମର ତଦାରଖ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ହରିଶଙ୍କର ମନ୍ଦିର ପରିସରର ଉନ୍ନତିମୂଳକ କାମ ପାଇଁ ସରକାର ସ୍ୱତନ୍ତ୍ର ଅର୍ଥରାଶି ବ୍ୟୟ ବରାଦ କରିଥିବା ବେଳେ ବିଭିନ୍ନ କାମ ହେଉଛି । ମନ୍ଦିର ପରିସରରେ ମାଟି ଖୋଲା କାମ ଶେଷ ହୋଇଥିବା ବେଳେ ନିର୍ମାଣ କାମ ଆରମ୍ଭ ହେବ । ସେହିପରି ତଳେ କୋଠା କାମ ନିର୍ମାଣାଧିନ ରହିଛି । କାମ ଗୁଡିକ ପୂର୍ତ୍ତ ବିଭାଗ ଦ୍ଵାରା ହେଉଛି । ଆଗକୁ ନୃସିଂହ ଚତୁର୍ଦ୍ଦଶୀ ତଥା ବୈଶାଖ ମେଳା ଥିବାରୁ କାମକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ କାମର ତଦାରଖ କରିଥିଲେ । ଏହି ଅବସରରେ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ବେହେରା, ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ବିଡ଼ିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.