oom

ବରଗଡ଼ ରେଳ ଉପଭୋକ୍ତା ସଂଘର ରେଳ କାର୍ଯ୍ୟର ତଦାରଖ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ଦିନରୁ ଚାଲି ଆସିଥିବା ସମ୍ବଲପୁର-ଟିଟିଲାଗଡ ଦୋହରୀକରଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଯାଇଛି । ବରଗଡ ରୋଡ ଷ୍ଟେସନରେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଦୋହରୀକରଣ ତଥା ବିଦ୍ୟୁତକରଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଦସ୍ୟମାନେ ଗତକାଲି ଷ୍ଟେସନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ପରିଦର୍ଶନ କରିବାକୁ ଯାଇଥିଲେ । ଷ୍ଟେସନର ନବକଳେବର କାର୍ଯ୍ୟରେ ସଦସ୍ୟମାନେ ସନ୍ତୋଷ ପ୍ରକାଶ କରିଥିଲେ । ଆଗକୁ ଏହି ଷ୍ଟେସନରେ ଲିଫ୍ଟ ଓ ରେମ୍ପ ସହ ଆହୁରି ଅନେକ କାର୍ଯ୍ୟ ଏବଂ ଆହୁରି ଟ୍ରେନ ଚାଲିବ ବୋଲି ସଦସ୍ୟମାନେ ଆଶା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦୀପ ଦେବତା, କୃଷ୍ଣ ଚନ୍ଦ୍ର ପଣ୍ଡା, ସର୍ଦ୍ଦାର ପ୍ରିତମ ସିଂହ, କମଳ ଯୋଷୀ, କିଶୋର କୁମାର ରଥ, ଅଭିଜିତ ପ୍ରତିହାର, ଗୋପାଳ ଚନ୍ଦ୍ର ଦାଶ, ଅଚ୍ୟୁତାନନ୍ଦ ବାରିକ, ମଳୟ ମହାନ୍ତି, ଅଭୟ ଭୋଇ, ସତ୍ୟନାରାୟଣ ପଣ୍ଡା, ରାମକୃଷ୍ଣ ମେହେର, ସି ଏମ ରାଓ, ଲକି ମିରୱାନୀ, ସନ୍ତୋଷ ଦାଶ, ଉଦ୍ଧବ ବେହେରା, ଅମିତ ସାହୁ ଓ ଅନିଲ ଅଗ୍ରୱାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.