‘କୋଶଳ ପ୍ରବାହ’ର ପ୍ରଭାବ : କଅଁସର ପଞ୍ଚାୟତରେ ମୃତକଙ୍କ ଭତ୍ତା ଟଙ୍କା ହଡପ ଘଟଣାରେ ତଦନ୍ତ ଅରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକରେ ଦୁର୍ନୀତି ନେଇ ସବୁବେଳେ ଚର୍ଚ୍ଚା ଜୋର ଧରି ଆସିଛି । ପ୍ରତ୍ୟେକ କାମ ପାଇଁ ପିସି ନ ନେଲେ ବିଲ୍‌ ପାସ ହୁଏ ନାହିଁ ବୋଲି ମଧ୍ୟରେ ସାଧାରଣରେ ଆଲୋଚନା ହେଉଛି । ଏଥିଯୋଗୁଁ ନିମ୍ନ ମାନର କାମ ହେବା ସହ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହେଉଥିବା କୁହାଯାଏ । ବିଭିନ୍ନ ଯୋଜନାରେ ବ୍ଳକ ପ୍ରଶାସନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଉଥିବା ବେଳେ ଦୁର୍ନୀତି ବ୍ଳକ ପ୍ରଶାସନର ପିଛା ଛାଡୁ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । କେତେବେଳେ ମନରେଗା ଯୋଜନା ଦୁର୍ନୀତି ତ କେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଦୁର୍ନୀତି । ତେବେ ଏନେଇ ‘କୋଶଳ ପ୍ରବାହ’ରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅଁସର ପଞ୍ଚାୟତରେ ମୃତକଙ୍କ ଭତ୍ତା ଟଙ୍କା ହଡପ କରାଯାଇଥିବା ନେଇ ଖବର ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ସହ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର, କାର୍ୟ୍ୟନିବାହୀ ଅଧିକାରୀ ଶରତ ସାହୁଙ୍କ ସମେତ ବ୍ଳକ କର୍ମଚାରୀ ମାନେ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରିଥିବା ବେଳେ ବ୍ଳକ ପ୍ରଶାସନର ତଦନ୍ତକୁ ନେଇ ଏବେ ସାଧାରଣରେ ସନ୍ଧେହ ସୃଷ୍ଟି ହୋଇଛି । ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ସଠିକ ତଦନ୍ତ କରାଯାଉନ ଥିବା ନେଇ ଉକ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି । କଅଁସର ଗ୍ରାମର ଜୈନିକ ପିଅନ ଜଣକ କାହିଁକି ମୃତ୍ୟୁ ବରଣ କରିଥିବା କୁମାରୀ ଗହୀରଙ୍କ ପୁଅ ହୀରାଧର ଗହୀରଙ୍କ ଠାରୁ ଭତ୍ତା ଖାତା ଆଣିଲେ, କେତେ ମାସର ଟଙ୍କା ଉଠାଯାଇଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏଭଳି କେତେ ଲୋକଙ୍କ ଟଙ୍କା ହଡପ କରାଯାଇଛି ତାହାର ତଦନ୍ତ ହେବ ନା ଫାଇଲ ତଳେ ଚାପି ହୋଇ ରହିଯିବ ତଦନ୍ତ, ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏହି ବ୍ଳକରେ କୋଟି କୋଟି ଟଙ୍କା ହଡ଼ପ ହେଉଥିବା ବେଳେ ବିଭିନ୍ନ ଚାପରେରେ ତଦନ୍ତ ଧିମେଇ ଯାଇଥିବା ନଜିର୍‌ ଅବଶ୍ୟ ଅନେକ ରହିଛି । ସୂଚନା ମୁତାବକ, କେଛୋମୁହାଣ ଗ୍ରାମର କୁମାରୀ ଗହୀର ବାର୍ଦ୍ଧକ୍ୟ ଭତ୍ତା ପାଇ ଆସୁଥିଲେ । ତେବେ ଗତ ୧୨.୦୯.୨୦୨୦ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର ୨ ମାସ ପୂର୍ବରୁ ତାଙ୍କୁ ଭତ୍ତା ଦିଆଯାଇନଥିଲା । ତାଙ୍କ ମୃତ୍ୟୁ ଖବର ପାଇବା ପରେ ପଞ୍ଚାୟତର ଜୈନକ ପିଅନ ଜଣକ ଭତ୍ତା ଖାତା ମାଗି ନେଇଥିଲେ । ଶେଷରେ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା ଏବଂ ଘଟଣା ସଂପର୍କରେ ଜାଣିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ଖବର ମଧ୍ୟ ପ୍ରସାରିତ ହେଲା । ପ୍ରଶାସନ ବି ତଦନ୍ତ ଆରମ୍ଭ କରିଛି, ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସି ପାରିବ କି ନାହିିଁ, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

2 Comments
  1. Ram says

    କଁସର panchyat ରେ ବ୍ଲକ ପ୍ରଶାସନ ର୍ ଲୋକ ଦେଖାଁଣୀଆ ତଦନ୍ତ । saintala ବ୍ଲକ ରେ ଯେତେ ଵି ଦୁର୍ନୀତି ହୋଇଛି ଆଜି ପର୍ଯ୍ୟନ୍ତ କେହି ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। । ବ୍ଲକ ରେ ଦୁର୍ନୀତି ଏତିକି ମାତ୍ରାରେ ବଢି ଯାଇଚି ଜେ ନିରୀହ ଗରିବ ଲୋକମାନଙ୍କୁ ସରକାରଙ୍କ ଯୋଜନା ପହଞ୍ଚି ପାରୁନାହିଁ ,
    ଏଥି ପାଈଁ କିଏ ଦାୟୀ – ବ୍ଲକ ପ୍ରଶାସନ, କୀ ରାଜ ନେତାମାନେ

    1. Koshala Prabaha says

      dekhajau

Leave A Reply

Your email address will not be published.