ଜାତୀୟ ରାଜପଥ କଡ଼ରେ ମହିଳାଙ୍କୁ ପୋଡି ଦେଇ ନିର୍ମମ ଭାବେ ହତ୍ୟା : ସମ୍ପୂର୍ଣ୍ଣ ଦଗ୍ଧ ଅବସ୍ଥାରେ ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର, ସାଇନ୍‌ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିବିନା ଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ବିବିନା ଛକ ଜାତୀୟ ରାଜପଥ ୨୬ ନମ୍ବରରୁ କିଛି ଦୂରରେ ଥିବା ଏକ ମୁଗ ଚାଷ ବିଲରେ ସମ୍ପୂର୍ଣ୍ଣ ଦଗ୍ଧ ମହିଳାଙ୍କ ମୃତ କଙ୍କାଳ ଏବଂ ତାଙ୍କର ଖପୁରୀ ହାଡ଼ ଓ ଅନ୍ୟ ହାଡ଼ କଙ୍କାଳ, ଗୋଟିଏ ପାଉଁଜି, ହାତ ହାଡ଼ରେ ଲାଗି ଥିବା ସଙ୍ଖା ଚୁଡି ସାଇନଟିଫିକ୍ ଟିମ୍ ହାତରେ ଲାଗିଛି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅନ୍ୟ ପଟେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ମଧ୍ୟ ଆସି ତଦନ୍ତ ଆରମ୍ଭ କରିଛନ୍ତି । ଲୋକେ କହିବା ଅନୁଯାୟୀ ପାଖାପାଖି ଏକ ମାସ ହେବ ବିଳମ୍ବିତ ରାତ୍ରିରେ ନିଆଁ ଜଳୁଥିବା ପାଖ ପୋଡ଼ସୀ ମାନଙ୍କ ଭିତରେ ଆଲୋଚନା ହୋଇଛି । ତେବେ ମହିଳାଙ୍କୁ କିଏ ଓ କାହିଁକି ପାଳଗଦାରେ ଜାଳି ଦେଇ ହତ୍ୟା କଲା ତାହା, ଏବେ ବି ବଡ଼ ପ୍ରଶ୍ନବାଚୀ ହୋଇ ରହିଛି । ଅନ୍ୟପଟେ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଥାଉ କି, ଗତ ୨୦୧୪ ମସିହାରେ ଜାନୁଆରୀ ମାସରେ ଜଣେ କଲେଜ ଛାତ୍ରୀଙ୍କୁ ପେଟ୍ରୋଲରେ ଜାଳି ନିର୍ମମ ଭାବରେ ପାହାଡ ତଳେ ହତ୍ୟା କରାଯାଇଥିଲା । ହେଲେ ଆଜି ପର୍ୟ୍ୟନ୍ତ କୌଣସି ଅଭିଯୁକ୍ତକୁ ଧରିବାରେ ପୁଲିସ ସଫଳତା ପାଇନାହିିଁ । ତେବେ ତଦନ୍ତରେ ମାଜିଷ୍ଟ୍ରେଟ ଭାବେ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ଓ ପୋଲିସ ଉପସ୍ଥିତ ଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.