jayashree

ତଦନ୍ତ ନୁ ଜନାପଡ଼୍‌ଲା ଅସଲ୍‌ କାରଣ୍‌ : ଅନୈତିକ ସଂପର୍କର ଲାଗି ହତ୍ୟାକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୈତିକ ସଂପର୍କର ଲାଗି ହତ୍ୟାକାଣ୍ଡ । ତଦନ୍ତ ନୁ ଜନାପଡ଼୍‌ଲା ଅସଲ୍‌ କାରଣ୍‌ । ଗଲା ସେପ୍ଟେମ୍ବର ମାସର୍‌ ୨୬ ତାରିଖ ଦିନେ ପୁଇଁତଲା ଖଲିଆପାଲି ଗାଁର ଗୁଟେ ପରିତ୍ୟକ୍ତ ଚୁଆଁ ନୁଁ ନିର୍‌ୱେଲ୍‌ କୁମ୍ଭାର୍‌ଙ୍କର ମଲା ଦିହିଁ ଉଦ୍ଧାର ହେଇଥିଲା । ଘଟ୍‌ନା ଘଟ୍‌ବାର୍‌ ୭ ଦିନ ଉତ୍‌ରୁ ଘଟ୍‌ନାର ଖୁଲାସା ହେଇଛେ । ଗାଁର ଦୁଇ ଝନ୍‌ ସଂପର୍କୀୟ ନିର୍‌ୱେଲ୍‌କେ ମାରି କରି ଚୁଆଁ ଭିତ୍‌ରେ ଫିକି ଦେଇଥିଲେ । ଇ’ ଘଟ୍‌ନା ଥି ଦୁଇ ଝନ ଅଭିଯୁକ୍ତ ଛବିଳ ନାଗ ଆର୍‌ ସୁକାନ୍ତ ନାଗ୍‌ କେ ଗିରଫ୍‌ କରି ପୁଇଁତଲା ପୁଲିସ୍‌ ଗଲାକାଲି କୋର୍ଟ ଚାଲାନ୍‌ କରିଛେ । ଏସ୍‌ଡିପିଓ ତୋଫାନ ବାଗ ପୁରା ଘଟ୍‌ନାର୍‌ ଖୁଲାସା କରିଛନ୍‌ । ତଦନ୍ତ ନୁଁ ଜନା ପଡ଼ିଛେ ଛବିଳ ତାମିଲ୍‌ନାଡ଼ୁର ଗୁଟେ କଂପାନୀ ନେ କାମ୍‌ କର୍‌ସନ୍‌ । ଇଥିର୍‌ ଲାଗି ଅଧିକାଂଶ୍‌ ସମିଆଁ ସେ ବାହାରେ ରହେସନ୍‌ । ଇତାର୍‌ ସୁଯୋଗ୍‌ ନେଇକରି ନିର୍‌ୱେଲ୍‌ ଛବିଳ ଘର୍‌କେ ଯିବାର୍‌ ଆସ୍‌ବାର୍‌ କରି ଛବିଳର୍‌ ପତ୍ନୀଙ୍କର୍‌ ଠାନୁ ମଦ୍‌ ଘିନୁଥିଲେ । ଏନ୍‌ତା କି ଛବିଳଙ୍କର ପତ୍ନୀ ସାଙ୍ଗେ ନିର୍‌ୱେଲ୍‌ଙ୍କର ଅନୈତିକ ସଂପର୍କ ରହିଛେ ବଲି ଗାଁ ଥି ବି ଚର୍ଚ୍ଚା ହଉଥିଲା । ନୂଆଁଖାଇ ଆଘୋନୁଁ ଛବିଳ ଘର୍‌କେ ଆସ୍‌ଲା ଉତ୍‌ରୁ ଇ’ କଥା ଜାନି ପାରିଥିଲେ । ନିର୍‌ୱେଲ୍‌କେ ତାଙ୍କର୍‌ ପରିବାର୍‌ ଠାନୁ ଧୁରିଆ ରହେବାର୍‌କେ ବି ସେ କହିଥିଲେ । ଇଥି ନିର୍‌ୱେଲ୍‌ ଆର୍‌ ଛବିଳଙ୍କର୍‌ ଭିତ୍‌ରେ କଥା କଟାକଟି ହେଇଥିଲା । ଇଆଡେ଼ ପଏସା ପତର୍‌ ଦେବାର୍‌ ନେବାର୍‌ କେ ନେଇ କରି ସୁକାନ୍ତଙ୍କର୍‌ ସାଙ୍ଗେ ବି ନିର୍‌ୱେଲ୍‌ଙ୍କର ଝଗଡ଼ା ରହିଥିଲା । ଗଲା ୨୪ ତାରିଖ ଦିନ ସୁକାନ୍ତଙ୍କର ସାଙ୍ଗେ ନିର୍‌ୱେଲ୍‌ଙ୍କର ଝଗଡ଼ା, ମାର୍‌ପିଟ୍‌ ଚାଲ୍‌ଲା ବେଲ୍‌କେ ସେନ୍‌କେ ଛବିଳ ପୁହୁଁଚି ଥିଲେ । ଦୁହେଁ ମିଶି ନିର୍‌ୱେଲ୍‌ କେ ମାରି ପରିତ୍ୟକ୍ତ ଚୁଆଁ ଭିତ୍‌ରେ ଫିକି ଦେଇଥିଲେ । ଘରର୍‌ ଲୋକ୍‌ ନିର୍‌ୱେଲ୍‌ ଘର୍‌କେ ନେଇଁ ଫିର୍‌ଲା ଉତ୍‌ରୁ ପୁଇଁତଲା ଥାନା ନେ ଅଭିଯୋଗ କରିଥିଲେ । ୨୬ ତାରିଖ ଦିନ ସକାଲୁ ନିର୍‌ୱେଲ୍‌ଙ୍କର୍‌ ମଲା ଦିହିଁ ସେ ପରିତ୍ୟକ୍ତ ଚୁଆଁ ଭିତ୍‌ରୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.