ଭୁବନେଶ୍ୱର : କାହିଁକି ଘଟିଲା ଏତେ ବଡ଼ ଅଘଟଣ, ଏଥିପାଇଁ ଦାୟୀ କିଏ, କାହାର ଦୋଷ ରହିଛି, ମାନବୀୟ ତ୍ରୁଟି ନା’ ଯାନ୍ତ୍ରିକ ତ୍ରୁଟି, ଏହି ଦୁର୍ଘଟଣା ପଛରେ ଅପରାଧିକ ହାତ ରହିଛି କି…. ଏଭଳି ଅନେକ ପ୍ରଶ୍ନ ଭିତରେ ବାହାନଗା ରେଳ ଦୁର୍ଘଟଣା ଛନ୍ଦି ହୋଇଥିବା ବେଳେ ଆଜି ସିବିଆଇ ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ ହୋଇଛି । ସିବିଆଇର ଏକ ୧୦ ଜଣିଆ ଟିମ୍ ସହ ସେଣ୍ଟ୍ରାଲ୍ ଫରେନ୍ସିକ୍ ଟିମ୍ ପହଂଚିଛନ୍ତି ଘଟଣା ସ୍ଥଳରେ । ଷ୍ଟେସନ୍ ମାଷ୍ଟରଙ୍କ ଚେମ୍ବରରେ ଚାଲିଛି ଖୋଲତାଡ଼ । ସିଗ୍ନାଲ୍ରେ ତ୍ରୁଟି ଯୋଗୁଁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଥିବା ବେଳେ ଏବେ ଅଘଟଣର ଅସଲ୍ କାରଣ ଖୋଜୁଛି ସିବିଆଇ । ଏତେ ବଡ଼ ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି କି, ସେ ଦିଗରେ ମଧ୍ୟ ନଜର୍ ରଖିଛି ସିବିଆଇ । ଯାନ୍ତ୍ରିକ ତ୍ରୁଟି ନା’ ମାନବକୃତ ତ୍ରୁଟି… ଏବେ ସମସ୍ତେ ବ୍ୟଗ୍ର ଜାଣିବାକୁ । ତେବେ ସିବିଆଇ ଅସଲ୍ କାରଣ ଖୋଜି ବାହାର କରିବାକୁ ତନାଘନା ଖୋଳତାଡ଼ ଆରମ୍ଭ କରିଛି ।