centurian jitm

ଶ୍ୟାମଳ ସୁବର୍ଣ୍ଣ ଓଡ଼ିଶାର ଚାଷୀ ମାନଙ୍କ ପାଇଁ ଏକ ନୂଆ ସମ୍ଭାବନା : ବାଚସ୍ପତି

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ଜଣାଶୁଣା । କୃଷି ଆମ ଉତ୍କଳୀୟ ସଂସ୍କୃତିର ମୂଳାଧାର । ଏହି ପରିପ୍ରେକ୍ଷୀରେ କୃଷିର ବିକାଶ, କୃଷକର ବିକାଶକୁ ମୂଳମନ୍ତ୍ର ଭାବେ ବିବେଚନା କରି କୃଷି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୨୦୧୮ ଏପ୍ରିଲରେ ଆରମ୍ଭ ହୋଇଥିଲା କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣ । ଲକ୍ଷ୍ୟ ଥିଲା ଓଡ଼ିଶାର ଚାଷୀମାନଙ୍କ ପାଖରେ ପହଁଚିବାକୁ । କେବଳ ପତ୍ରିକା ପ୍ରକାଶନରେ ସୀମିତ ନରହି ଆରମ୍ଭ ହୋଇଥିଲା ଦିନିନକିଆ କୃଷକ ସଚେତନତା ଓ ପ୍ରଶିକ୍ଷଣ ଶିବିର । ଓଡ଼ିଶାର ପାଖାପାଖି ୧୫ଟି ଜିଲ୍ଲାର ୧୫ଟି ଗାଁରେ ୬୫୦ରୁ ଅଧିକ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇସାରିଛନ୍ତି ଏହି କୃଷିି ଛାତ୍ରଛାତ୍ରୀ । ତେବେ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ଅକ୍ଷୟ ତୃତୀୟା ଅବସରରରେ ଶ୍ୟାମଳ ସୁବର୍ଣ୍ଣର ୩ୟ ସ୍ୱନକ୍ଷତ୍ର ଉତ୍ସବ ଅନଲାଇନରେ ପାଳିତ ହୋଇଯାଇଛି । କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ସାଧାରଣ ସଭା କରା ନଯାଇ ଗୁଗୁଲ ମିଟ୍‌ରେ ପାଳନ କରାଯାଇଥିଲା ଏହି ଉତ୍ସବ । ଏହାକୁ ଉଦଘାଟନ କରିଥିଲେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ତଥା ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର । ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଏହା ଓଡ଼ିଶାର ଚାଷୀ ମାନଙ୍କ ପାଇଁ ଏକ ନୂଆ ସମ୍ଭାବନା ବୋଲି କହିଥିଲେ । ଏହା ସହ ପତ୍ରିକାର ସ୍ୱନକ୍ଷତ୍ର ବିଶେଷାଙ୍କକୁ ଲୋକାର୍ପିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଓୟୁଏଟିର ପୂର୍ବତନ କୁଳପତି ଡ଼ ମନୋରଂଜନ କର ଯୋଗଦେଇ କହିଥିଲେ କୃଷିର ବିକାଶ ପାଇଁ ଛାତ୍ରଛାତ୍ରୀ ମାନେ ଆରମ୍ଭ କରିଥିବା ଏ ପଦକ୍ଷେପ ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ । ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ପୂର୍ବତନ ସାଂସଦ, ଭୁବନେଶ୍ୱର ତଥାକବି ପ୍ରସନ୍ନ ପାଟ୍ଟସାଣୀ । ଉତ୍ସବର ଅନ୍ୟତମ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ପର୍ୟ୍ୟବେକ୍ଷକର ସମ୍ପାଦକ ଡ଼ ପବିତ୍ର ମୋହନ ସମାନ୍ତରାୟ, ଓୟୁଏଟିର କୀଟତତ୍ତ୍ୱ ବିଭାଗ ପ୍ରାଧ୍ୟାପକ ପ୍ରଭାତ କୁମାର ଷଡଙ୍ଗୀ, ବାସୁଦେବପୁରର ତହସିଲଦାର ତଥା ଯୁବ ସ୍ତମ୍ଭକାର, କବି, ଲେଖକ ଶ୍ରୀ ସୌମ୍ୟଶ୍ରୀ ପାଣିଗ୍ରାହୀ ସେଂଚୁରିଆନ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସତ୍ୟ ପ୍ରକାଶ ନନ୍ଦ ପ୍ରମୁଖ ଯୋଗଦେଇ ଶ୍ୟାମଳ ସୁବର୍ଣ୍ଣ କିପରି ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ଗାଁରେ ପହଁଚିପାରିବ, ସେ ବିଷୟରେ ଆଲୋଚନା କରିଥିଲେ । ପତ୍ରିକାର ସମ୍ପାଦକ ଡ଼ି ଶୁଭମ୍‌ ବାର୍ଷିକ ବିବିରଣୀ ପାଠ କରିଥିବା ବେଳେ ଏହାର ପ୍ରତିଷ୍ଠାତା ପ୍ରାଧ୍ୟାପକ ଗୌରାଙ୍ଗ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରରେ କୃଷି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ କ୍ଷେତ୍ରରେ ଦଶ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପତ୍ରିକାର ଉପଦେଷ୍ଟା ଭୁବନାନନ୍ଦ ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବକୁ ସଂଯୋଜନା କରିଥିଲେ ଶୁଭଶ୍ରୀ ସାହୁ, ବିଜ୍ଞାନ ମିହିର ରାଉତ ଓ ଅଭିନନ୍ଦା ନାୟକ । ତେବେ ଆଗାମୀ ଦିନରେ ଶ୍ୟାମଳ ସୁବର୍ଣ୍ଣ ତରଫରୁ ଚାଷୀ ମାନଙ୍କ ପାଇଁ ଅନେକ କିଛି ନୂଆ ଯୋଜନା ପତ୍ରିକା ତରଫରୁ କାର୍ୟ୍ୟକାରୀ କରାଯିବ ବୋଲି ସମ୍ପାଦକ ଶୁଭମ୍‌ କହିଥିଲେ ।

Leave A Reply

Your email address will not be published.