ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର ଗାନ୍ଧୀନଗରପଡା ଆକ୍ସିସ ବ୍ୟାଙ୍କ ନିକଟରୁ ଗତରାତିରେ ଜଣେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ଅସହାୟ ବୃଦ୍ଧ ଜଣକ ଗତ ଦୁଇଦିନ ତଳେ ପ୍ରବଳ ବର୍ଷା ହେବା ଯୋଗୁଁ କେଉଁ ଆଡୁ ଆସି ଗାନ୍ଧୀନଗରପଡା ଆକ୍ସିସ୍‌ ବ୍ୟାଙ୍କ ନିକଟରେ ଥିବା ଏକ ଅସ୍ଥାୟୀ ଦୋକାନଠାରେ ଅସହାୟ ଅବସ୍ଥାରେ ପଡି ରହିଥିବାର ଦେଖି କିଛି ସହୃଦୟ ବ୍ୟକ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ଜଣାଇଥିଲେ । ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଯାଇ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉତ୍ତମ ଚିକିତ୍ସା ପାଇଁ ଆଣି ସର୍ଜରୀ ୱାର୍ଡରେ ରଖିଥିଲେ । ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ଅଜୟ କୁମାର ନାଗ, ରବୀନ୍ଦ୍ର କୁମାର ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ସେଠ, ଏମ୍ ଡି ବବୁଲୁ ପ୍ରମୁଖ ବୃଦ୍ଧଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ଉତ୍ତମ ଚିକିତ୍ସା ସୁବିଧା କରାଇଥିଲେ । ମାନବ ସେବା ହିଁ ମାଧବ ସେବାକୁ ଅନୁସରଣ କରି ଯେଉଁ ଯେଉଁ ସହୃଦୟ ବ୍ୟକ୍ତିମାନେ ଏହି ଅଜଣା ବୃଦ୍ଧଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି ସେମାନଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.