jayashree

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସମ୍ବଲପୁର : ଆଜି ସକାଳ ୮ଟାରେ କମିଶନର ବେଦ ଭୂଷଣଙ୍କ ଦ୍ଵାରା ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଛି । ଏହା ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ କମିଶନର ବେଦ ଭୂଷଣଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହାପରେ ୨୬ ଜଣ ଯୋଗ୍ୟ ହିତାଧିକାରୀ ନୂତନ ଭତ୍ତା କାର୍ଡ କମିଶନରଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହା ପରେ ସକାଳ ୧୦ଟା ବେଳେ ସମ୍ବାଦ ଆମ ଓଡ଼ିଶା ଓ ସମ୍ବଲପୁର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ କମିଶନର ବେଦ ଭୂଷଣଙ୍କ ଦ୍ଵାରା ଉଦ୍‌ଘାଟନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ୬୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ଦିନ ୧୧ଟା ସମୟରେ ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସଙ୍କ ଦ୍ଵାରା ବୁର୍ଲା ସ୍ଥିତ ସ୍ମାର୍ଟ ପାର୍କର ଉଦ୍‌ଘାଟନ କରାଯାଇଥିଲା । ସେଠାରେ କମିଶନର ବେଦ ଭୂଷଣ, ନିର୍ବାହୀଯନ୍ତ୍ରୀ ବିପିନ ମହାନ୍ତି, ଡେପୁଟି କମିଶନର (ଡେଭଲପେଣ୍ଟ) କର୍ଣ୍ଣ ସୁନା, ସିଟି ଇଞ୍ଜିନୟର ପ୍ରଫୁଲ୍ଲ ରାଇତୋଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.