
ଭୋଗରାଇ, (କେପିଏନ୍ଏସ୍) : ଚଳିତ ବର୍ଷ ଯୁକ୍ତ ୨ କଳା ବିଭାଗର ଉଚ୍ଚ ମାଧ୍ୟମିକ ବୋର୍ଡ଼ ପରୀକ୍ଷାରେ ଭୋଗରାଇ ବ୍ଲକ ଆନନ୍ଦମୟୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସ୍ୱାତୀ ଦାସ ୫୧୪ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଜଳେଶ୍ୱର ବ୍ଲକ ପଶ୍ଚିମବାର୍ଡ଼ ଗ୍ରାମପଞ୍ଚାୟତ ଅଧିନସ୍ଥ କିସ୍ମତ ପଶ୍ଚିମବାର୍ଡ଼ ଗ୍ରାମର ଜନ୍ମେଞ୍ଜୟ ଦାସ ଏବଂ ରଞ୍ଜୁବାଲା ଦାସଙ୍କ ଝିଅ ସ୍ୱାତୀ ନିଜ ପରୀକ୍ଷା ଫଳକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ଭବିଷ୍ୟତରେ ଜଣେ ଆଦର୍ଶ ଅଧ୍ୟାପିକା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି କହିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବାପା, ମାଆ, ଜେଜେବାପା, ଜେଜେମାଆ, କଲେଜର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଜେନା ସମସ୍ତ ଆଧ୍ୟାପକ ଅଧ୍ୟାପିକା ମାନଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ସ୍ୱାତୀଙ୍କ ସଫଳତା ପାଇଁ ଖରିଦପିପଳ ଗ୍ରାମପଞ୍ଚାୟତର ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର ଏବଂ ଜିଜ୍ଞାସା ଶିକ୍ଷାକେନ୍ଦ୍ର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।