om academy

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ବାଲେଶ୍ୱର ପରେ ଭଦ୍ରକରେ ପହଞ୍ଚିଲେ

jsm

ଭଦ୍ରକ : ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ବାଲେଶ୍ୱର ପରେ ଭଦ୍ରକରେ ପହଞ୍ଚିଲେ । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ସହ ସେ ଆଲୋଚନା କରିଛନ୍ତି । ଏହାପୂର୍ବରୁ ବାଲେଶ୍ୱର ଗସ୍ତରେ ଯାଇ ଏସଆରସି ବାତ୍ୟା ପୂର୍ବ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ମୁକାବିଲା ନେଇ ବାଲେଶ୍ୱର ଜିଲ୍ଲାପାଳ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜିରୋ କାଜୁଆଲଟି ଉପରେ ଫୋକସ୍‌ କରିଛନ୍ତି ଏସଆରସି । ବାଲେଶ୍ୱରରେ ୧୨ଶହ ୨୩ଟି ଆଶ୍ରୟସ୍ଥଳ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୭୦୦, କେନ୍ଦ୍ରାପଡ଼ାରେ ୯୭୦ ଓ ଜଗତସିଂହପୁର ଜିଲ୍ଲାରେ ୨୨୩ଟି ଆଶ୍ରୟ ସ୍ଥଳ ଚିହ୍ନଟ ହୋଇଛି ।

Leave A Reply

Your email address will not be published.