ଟିଟିଲାଗଡ଼ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ତିନି ଦିବସୀୟ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜସ୍ଥାନୀ ହେଲ୍‌ଥ୍‌ ଫାଉଣ୍ଡେସନ ପକ୍ଷରୁ ତିନି ଦିବସୀୟ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସକାଳୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଏମ୍‌.ବି.ଆର ଶୈଳଜା ଓ ଶିଶୁ ରୋଗ ବିଶେଷଜ୍ଞ ଶାଶ୍ଵତ ମହାନ୍ତି ରୋଗୀ ଦେଖିବା ଆରମ୍ଭ କରିଥିଲେ । ରାଜସ୍ଥାନୀ ହେଲ୍‌ଥ୍‌ ଫାଉଣ୍ଡେସନର ଚେୟାରମେନ୍ ଜଗଦୀଶ ପ୍ରସାଦ ଶର୍ମା ଏହି ଶିବିର ବିଷୟରେ ଆଲୋକପାତ କରିଥିଲେ । ଟିଟିଲାଗଡ଼ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଦେଖାରେଖା ଦାୟିତ୍ୱ ଦୁଇ ବର୍ଷ ହେଲା ବିନୋଦ ମରୋଡିଆ ତୁଳାଇ ଆସୁଛନ୍ତି । ଶୁକ୍ରବାର ଓ ଶନିବାର କ୍ୟାନ୍ସରର ପିଙ୍କ୍ ଭ୍ୟାନ ଆସିବା ନେଇ ସୂଚନା ଦେଇଛନ୍ତି । ଲୋକ ଆସି ନିଶୁଳ୍କ ଚିକିତ୍ସା ପାଇବାର ସୁଯୋଗ ଦିଆଯାଉଛି ।

Leave A Reply

Your email address will not be published.