om academy

ଅବସର ଭବନରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟଠାରେ ବିଶ୍ୱ ହୃଦୟ ଦିବସ ଉପଲକ୍ଷେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ କପିଳେଶ୍ୱର ମହାରଣାଙ୍କ ଆବାହକତ୍ୱ ତଥା ଭୁବନେଶ୍ୱର କେୟାର ହସପିଟାଲର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସଂଘ ତଥା ଆଖପାଖ ଅଞ୍ଚଳରୁ ପ୍ରାୟ ଦେଢଶହ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କେୟାର ହସପିଟାଲର ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ତ୍ରିପାଠୀ, ଡାକ୍ତର ବିକ୍ରମ କେଶରୀ ମହାପାତ୍ର, ଡାକ୍ତର ସଂଜୀବ ମହାନ୍ତି, ଏଚଆର ଲୋକନାଥ ଦାସ,ସୌମ୍ୟରଂଜନ ମହାନ୍ତି, ଶକ୍ତିପ୍ରସାଦ ଦାସ ପ୍ରମୁଖ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରରେ ମଧୁମେହ, ରକ୍ତଚାପ, ଇସିଜି, ଅମ୍ଳଜାନ ସ୍ତର ଓ ହୃଦୟର ପରୀକ୍ଷା କରାଯାଇଥିଲା । ଏଥିପାଇଁ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ସକାଳେ ଏକ ସଚେତନତା ରାଲି କୋଏଲନଗର ଅଂଚଳରେ ପରିଭ୍ରମଣ କରିଥିଲା । ସଚେତନତା ରାଲି ଓ ସ୍ୱାସ୍ଥ୍ୟ ସେବା ଶିବିରକୁ ପରିଚାଳନାରେ ସଭାପତି ଶ୍ରୀ ଦାସ, ସାଧାରଣ ସଂପାଦକ ଶ୍ରୀ ମହାରଣା ବ୍ୟତୀତ ଉପସଭାପତି କିଶୋର ଚନ୍ଦ୍ର ନନ୍ଦ ଓ ସୁବାସ ଚନ୍ଦ୍ର ଦାସ, ସହସଂପାଦକ ଅରବିନ୍ଦ ପାତ୍ର, କୋଷାଧ୍ୟକ୍ଷ ଅନିରୁଦ୍ଧ ଦାସ, ସଂପାଦକ ଶତୃଘ୍ନ ଜେନା, ଚାନ୍ଦମଣି ବେହୁରା, ପ୍ରେମାନନ୍ଦ ସାମଲ, ବିଷ୍ଣୁଚରଣ ନାୟକ, କୃତ୍ତିବାସ ମହାପାତ୍ର, ପ୍ରଫୁଲ୍ଲ କୁମାର ସିଂହ, ଧରଣୀଧର ସାମଲ, ଜଗନ୍ନାଥ ମହନ୍ତ, ଇନ୍ଦ୍ରଜିତ ସିଂ, ଅକ୍ଷୟ ନାୟକ, ଅଜୟ ସାହୁ, ଗୌରୀଶଙ୍କର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.