centurian jitm

ସ୍ୱସ୍ତି ଝଙ୍କାର ଆୟୋଜିତ ୨୩ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଘାଟିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ୪୨ତମ ବାର୍ଷିକ ଉତ୍ସବ ତଥା ସ୍ୱସ୍ତି ଝଙ୍କାର ଆୟୋଜିତ ଛଅଦିନ ଧରି ହେବାକୁ ଥିବା ୨୩ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଗତକାଲି ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇଯାଇଅଛି । ପ୍ରଥମ ସନ୍ଧ୍ୟାରେ ରାଉରକେଲାର ରଙ୍ଗମଂଚ ଅନୁଷ୍ଠାନ ଦ୍ୱାରା ପଦ୍ମଶ୍ରୀ ରଜତ କରଙ୍କ ରଚିତ ଓ କୈଳାସ ପାଣିଗ୍ରାହୀଙ୍କ ନିଦ୍ଦେର୍ଶିତ ନାଟକ ‘ନିଷିଦ୍ଧ ନୀଳାଚଳ’ ମଂଚସ୍ଥ ହୋଇଥିଲା । ନାନା ଅସୁବିଧା ଭିତରେ ଗମନାଗମନର ବିଶେଷ ସୁବିଧା ନଥାଇ ମଧ୍ୟ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ମଧୁସୁଦନ ଦାସ କଲିକତାରେ ଉଚ୍ଚ ଶିକ୍ଷା ସହ ଆଇନ‌ ମଧ୍ୟ ପଢ଼ିଲେ । ବିଦେଶ ଗମନ କରି ଓକିଲାତିରେ ନାଁ କମେଇ ଥିଲେ ମଧ୍ୟ ‘ମଧୁ ଉଡେ଼’ ବୋଲି ଡାକ ମଧ୍ୟରେ ଲୁଚି ରହିଥିଲା ତାଙ୍କ ପ୍ରତି ପଡ଼ୋଶୀ ବ୍ୟକ୍ତିମାନଙ୍କର ହେୟଭାବ । ଓଡ଼ିଶା ଓ ଓଡ଼ିଆ ପ୍ରତି ତାଙ୍କର ସାଂଘାତିକ ଦୁର୍ବଳତା ଥିଲା । କଲିକତାରେ ମନ ତାଙ୍କର ଛଟପଟ ହେଉଥିଲା । କେମିତି ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବ ଏଂ ଚିନ୍ତା ତାଙ୍କୁ ସବୁବେଳେ ବ୍ୟତିବ୍ୟସ୍ତ କରୁଥିଲା । ଓଡ଼ିଶାର ରାଜା ଓ ଜମିଦାରମାନଙ୍କ ସାଙ୍ଗରେ ମିଶି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସେ ଯେଉଁ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ ଶେଷରେ ତାହା ସଫଳ ହେଲା । କିନ୍ତୁ ଯେଉଁ ନୀଳାଚଳର ପରିକଳ୍ପନା କରି ତାକୁ ଗଜପତି ବଂଶକୁ ଦେବା ପାଇଁ ସେ ପ୍ରୟାସ କରିଥିଲେ, ସେଇ ନୀଳାଚଳ ମଧୁସୂଦନଙ୍କ ପାଇଁ ନିଷିଦ୍ଧ ଥିଲା କାରଣ ସେ ହିନ୍ଦୁ ଧର୍ମ ପରିତ୍ୟାଗ କରିଥିଲେ । ଏହି ନାଟକରେ ମର୍ମସ୍ପର୍ଶୀ ତଥା ଜୀବନ୍ତ ଅଭିନୟ କରିଥିଲେ ସଂଗ୍ରାମ କେଶରୀ ପତି, ସୁଦେଶ ନାୟକ, ଅରବିନ୍ଦ ଜଗଦ୍ଦେବ, ସୌମ୍ୟରଞ୍ଜନ ଲେଙ୍କା, ହେମନ୍ତ ମହାରଣା, ଅଶୋକ ରାଉତ, ରାମଚନ୍ଦ୍ର ଗୌଡ଼, କନକଲତା ଦାଶ, ମଧୁସ୍ମିତା ପ୍ରଧାନ, ତପସ୍ୱିନୀ ପତି ଓ ତନିଷା ମହାନ୍ତି ପ୍ରମୁଖ । ସଙ୍ଗୀତ ପରିଚାଳନା କରିଥିଲେ ଶ୍ରୀଧର ସେନାପତି । କଣ୍ଠଦାନ କରିଥିଲେ ସଂଗ୍ରାମ ପତି, କୈଳାସ ପାଣିଗ୍ରହୀ ଓ ବୀଣାପାଣି ରଥ । ସଂସଦର ନାଟ୍ୟବିଭାଗର ଉପସଭାପତି ଡ. ଅଜୟ କୁମାର ମିଶ୍ରଙ୍କ ସଭାପତିତ୍ୱ ତଥା ସାହିତ୍ୟ ସମ୍ପାଦିକା ଅଙ୍ଗୁରବାଳା ପରିଡ଼ାଙ୍କ ମଂଚ ପରିଚାଳନାରେ ପ୍ରଥମେ ଡ. ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିଲେ ପରେ ନାଟ୍ୟବିଭାଗର ସମ୍ପାଦକ ଭଜେନ୍ଦ୍ର କୁମାର ସାହୁ ସମ୍ପାଦକୀୟ ପାଠ କରିଥିଲେ । ବିଶିଷ୍ଟ ନାଟ୍ୟକାର ଡ. ସତ୍ୟନାରାୟଣ ମିଶ୍ରଙ୍କ ଦ୍ୱାରା ଏହି କାର୍ୟ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା ।

Leave A Reply

Your email address will not be published.