ଚଳିତ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚ ଅଟକଳ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଆର୍ଥିକ ବର୍ଷରେ ‌ସ୍ୱାସ୍ଥ୍ୟସେବା ପାଇଁ ମୋଟ ୯୧୬୪.୨୬ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ବିଜୁ ‌ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ୧୩୫୨. ୫୮ କୋଟି, ଗରୀବ ଲୋକଙ୍କ ଚିକିତ୍ସା ପାଇଁ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ବାବଦକୁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ନିରାମୟ ଯୋଜନା ପାଇଁ ୬୦୦ କୋଟି ଟଙ୍କାର ଅଟକଳ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.