ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଆନନ୍ଦ ମଣ୍ଡପଠାରେ ବରଗଡ଼ ପୌର ପରିଷଦ ଅଧିନସ୍ଥ ସମସ୍ତ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବରଗଡ଼ ଦ୍ୱାରା ଆୟୋଜିତ ଏବଂ ଦୁଇଦିନ ଧରି ହେବାକୁ ଥିବା ଏହି ଶିବିରକୁ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଜନ ସ୍ୱାସ୍ଥ୍ୟ ଡାକ୍ତର ଚୂଲାବତୀ ସାହୁ ଉଦ୍‌ଘାଟନ କରିଥିଲେ । ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ନୁପୁର ପାଢ଼ୀ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶିବିରରେ ମାଗଣା ଔଷଧ ବଣ୍ଟନ ସହ ବିଭିନ୍ନ ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ଶିବିରକୁ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ପାରା ମେଡିକାଲ ଷ୍ଟାଫ୍ ପରିଚାଳନା କରିଥିଲେ ।

Leave A Reply

Your email address will not be published.