ଜିଲ୍ଲା ନ୍ୟାୟାଳୟ ପରିସରରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ନ୍ୟାୟାଳୟ ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଜିଲ୍ଲା ନ୍ୟାୟାଳୟ, ଜିଲ୍ଲା ପ୍ରଶାସନ, ଭୀମଭୋଇ ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା ଏବଂ ଦୌରାଜଜ୍‌ ଲଲାଟେନ୍ଦୁ ଜେନା, ଜିଲ୍ଲା ନ୍ୟାୟାଳୟରେ ଜିଲ୍ଲାର ଓ ଅନ୍ୟାନ୍ୟ ଅଫିସର୍‌ ବୃନ୍ଦ ପରିଚାଳନା କରିଥିଲେ । ଏହି ଶିବିରରେ ରକ୍ତ ଶର୍କରା, ଲିପିଡ ପ୍ରୋଫାଇଲ୍‌, ଉଚ୍ଚ ରକ୍ତଚାପ, ଇଉରିଆ କ୍ରିଏଟିନ, ଥାଇରଏଡ୍‌ ଇତ୍ୟାଦି ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ସିଭିଲ୍‌ କୋର୍ଟ ନ୍ୟାୟାଧିକାରୀ, କୋର୍ଟର ସମସ୍ତ ଷ୍ଟାପ୍‌ ଓ ଓକିଲମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରରେ ଭୀମଭୋଇ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ପ୍ରଫେସର ମାନସୀ ପଣ୍ଡା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ସହଯୋଗ କରିଥିଲେ । ଏହି ଶିବିରରେ ଡାକ୍ତର ଶ୍ରୀନିବାସ ସାହୁ ଉପସ୍ଥିତ ରହି ସମସ୍ତ ନ୍ୟାୟାଧିକାରୀ, ଓକିଲ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

Leave A Reply

Your email address will not be published.