ମହିଳା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ସ୍ତନ କର୍କଟ ରୋଗ ଉପରେ ଏକ ମହିଳା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା ଶିବିରକୁ ବାଳଗୋପାଳ ସେନା ପକ୍ଷରୁ ଆକାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସାଲେଭଟା କଲ୍ୟାଣ ମଣ୍ଡପ ଓ ଆଗଲପୁର କଲ୍ୟାଣ ମଣ୍ଡପ ୨ଟି ସ୍ଥାନରେ ସଚେତନତା ଶିବର ଅନୁଷ୍ଠିତ ହୋଇଥିଲା । ହାଜ ଲୋର ଡାଇରେକ୍ଟର ନାତାସା ଦାସଙ୍କ ନେତୃତ୍ବରେ, ଭୁବନେଶ୍ୱରରୁ ଏକ ୩ଜଣିଆ ଡାକ୍ତରି ଦଳ ଆସି ମହିଳାମାନଙ୍କୁ ସଚେତନତାର ବାର୍ତ୍ତା ଦେଇ ସ୍ତନ କର୍କଟ ରୋଗର ଲକ୍ଷଣ ଓ ନିରାକରଣ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ମହିଳାମାନେ ସଂକୋଚ ନକରି ଏହାର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଥିଲେ । ଉକ୍ତ ସଚେତନତା ଶିବରରେ ବ୍ଲକ ଅଧ୍ୟକ୍ଷ ଗୀତାଞ୍ଜଳି ଦାସଙ୍କ ସହ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓମ୍‌ ପ୍ରକାଶ ପଧାନ, ସମସ୍ତ ଅଙ୍ଗନବାଡି କର୍ମୀ, ମିଶନ ଶକ୍ତି ମହିଳା, ବିଏଲ୍‌ଏମ୍‌, ଏମ୍‌ବିକେ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.