ବଡବାଙ୍କି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କି ସମ୍ମେତ ଚାରପାଣି, ମୁରିବାହାଲ, ସାଲେମୁଡଗା, ଜାମକି, ସାନବାଙ୍କି, ମୁଡକାନି, ଆଖପାଖ ଗାଁର ପ୍ରତ୍ୟେକ ଘରେ ଏକରୁ ଅଧିକ ଲୋକଙ୍କୁ ଜ୍ୱର ବ୍ୟାପୀ ଯାଇଥିବା ହେତୁ ଗତ ମଙ୍ଗଳବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦୪ ଜଣ ଲୋକେ ଏହାର ଲାଭ ଉଠାଇ ଔଷଧ ନେଇଥିଲେ । ମେଡ଼ିକାଲ ଅଫିସର ଡ଼ା ସ୍ୱଗତ ଖମାରି, ଡ. ଉମାଶଙ୍କର ସାହୁ, ବଡବାଙ୍କି ଗ୍ରାମପଞ୍ଚାୟତ ସରପଞ୍ଚ ଡୋଲାମଣି ବାଗ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଚିକିତ୍ସା କରି ଔଷଧ ମଧ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.