om academy

କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟର ଯତ୍ନ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡରୁ ସୁସ୍ଥ ହେବା ପରେ ମଧ୍ୟ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ କରନ୍ତୁ । ନିମ୍ନରେ ପ୍ରଦତ୍ତ ସୁରକ୍ଷା ଉପାୟର ଅନୁପାଳନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସୁରକ୍ଷିତ କରିବ । ଏଥିପ୍ରତି ସଚେତନ ହୋଇ ଆସନ୍ତୁ, ଦୃଢତାର ସହ କରୋନାର ମୁକାବିଲା କରିବା । କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ଯତ୍ନର ନିୟମ ଗୁଡିକ ହେଲା : କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟର ଯତ୍ନ ସଠିକ ଭାବରେ ମାଷ୍କ ପିନ୍ଧିବା ଜାରି ରଖନ୍ତୁ । ଭଡ଼ରୁ ଦୂରେଇ ରୁହନ୍ତୁ, ସବୁ ସ୍ଥାନରେ ପରସ୍ପରଠାରୁ ୨ ମିଟର ତଥା ୬ ଫୁଟ ଦୂରତା ବଜାୟ ରଖନ୍ତୁ । ନିୟମିତ ସାବୁନରେ ଭଲଭାବରେ ହାତ ଧୁଅନ୍ତୁ । ଏଣେ ତେଣେ ଛେପଖଙ୍କାର ପକାନ୍ତୁ ନାହିଁ, ବେସିନରେ ପାଣି ଖୋଲାକରି ପକାନ୍ତୁ କିମ୍ବା ପେପର କପରେ ପକାଇ ଏହାକୁ ପୋଡ଼ି ଦିଅନ୍ତୁ । ଡ଼ାକ୍ତରଖାନାରୁ ଆରୋଗ୍ୟ ହୋଇ ଫେରିବା ପରେ ବ୍ୟବହାର କରିଥିବା ଜିନିଷ କିମ୍ବା ହୋମ୍‌ ଆଇସୋଲେସନ୍‌ ଶେଷ ହେବା ପରେ ରହୁଥିବା କୋଠରୀ ତଥା ଆସବାବପତ୍ରକୁ ବ୍ଳିଚିଂ ପାଣିରେ ବିଶୋଧିତ କରନ୍ତୁ ଏବଂ ୭୦% ଆଲକୋହଲ୍‌ ଥିବା ସାନିଟାଇଜରରେ ପୋଛି ସଫା କରନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.