oom

ଜିଲ୍ଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଉପ କାରାଗାର ସୋନପୁରଠାରେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଉପ କାରାଗାର ସୋନପୁରଠାରେ ଏକିକୃତ ଏଚ୍‌ଆଇଭି, ସିଫିଲିସ, ଯକ୍ଷ୍ମା ଏବଂ ହେପାଟାଇଟିସ୍ ରୋଗ ଉପରେ ଜେଲ ଏବଂ ସ୍ଵଧାର ଗୃହ ଅନ୍ତେବାସୀଙ୍କୁ ନେଇ ସଚେତନତା ଓ ସ୍ଵାସ୍ଥ୍ୟ ପରୀକ୍ଷା ଶିବିରର ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଶ୍ଵ ଭୂଷଣ ପତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଶିବିରରେ ଉପସ୍ଥିତ ଥିବା ୯୦ ଜଣ ଜେଲ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଜେଲ ଅଧ୍ୟକ୍ଷ ଡିଲେଶ୍ଵର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡା ପ୍ରକାଶ ଦଣ୍ଡସେନା ମେଡିକାଲ ଅଫିସର ଆଇସିଟିସି, ଅତିଥି ଭାବେ ଯୋଗଦାନ କରି ଏଚ୍‌ଆଇଭି ଏବଂ ସିଫିଲିସ୍‌ ରୋଗ ଉପରେ ଜେଲ ଅନ୍ତେବାସୀଙ୍କୁ ସଚେତନ କରାଇଥିଲେ । ବିଶ୍ୱାମ୍ବର ବେହେରା, ଜିଲ୍ଲା ସଂଯୋଜକ ଜାତୀୟ ସ୍ୱାସ୍ଥ୍ୟ ମିଶନ, କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଜିଲ୍ଲାରେ ଥିବା ପ୍ରତ୍ୟେକ, କାରାଗାର, ଆଶ୍ରୟ ଗୃହ, ଡ୍ରଗ ରିହାବିଲିଟେସନ୍‌ ସେଣ୍ଟରମାନଙ୍କରେ ଶତ ପ୍ରତିଶତ ସଚେତନତା ଓ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଉପସ୍ଥିତ ଥିବା ମାଇକ୍ରୋବାୟୋଲୋଜିଷ୍ଟ ହେପାଟାଇଟିସ୍ ରୋଗ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ଜିଲ୍ଲାର ଆଇସିଟିସି ସୁପରଭାଇଜର ସୁଦାମ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଡୋଲେଶ୍ୱର ବେହେରା, ଜ୍ଞାନ ସାହୁ, ସୁଜିତ୍ ପ୍ରଧାନ ଏବଂ ୱାଇଆର୍‌ଜୀ କେୟାରର କର୍ମକର୍ତ୍ତା କୌଶିକ୍ ମେହେର୍ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ ।

jittmm
Leave A Reply

Your email address will not be published.