ସ୍ୱର୍ଣ୍ଣିମ ଭବନ ଉଦଘାଟନ ସମାରୋହ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଈଶ୍ୱରୀୟ ସେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ଠାରେ ପଶ୍ଚିମ ଓଡିଶାସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆୟୋଜିତ ଏହି ସମାବେଶରେ ରାଜଯୋଗିନୀ ବ୍ରହ୍ମାକୁମାରୀ ପାର୍ବତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତମ ସମାଜ ଗଠନରେ ସମର୍ପିତ ଭାବନା ଓ କର୍ତ୍ତବ୍ୟ ଆଜିର ଦିନରେ ଅପରିହାର୍ଯ୍ୟ ବୋଲି ଉଦବୋଧନ ଦେଇଛନ୍ତି । ଅନ୍ୟତମ ଅତିଥି ଭାବେ ଓଡିଶା ଲୋକାୟୁକ୍ତ ସଦସ୍ୟ ଡ.ଦେବବ୍ରତ ସ୍ୱାଇଁ ସୁଖ, ଶାନ୍ତି ଓ ପରମାର୍ଥିକ ଦିବ୍ୟାନୁଭବ ପାଇବାକୁ ହେଲେ ଈଶ୍ୱରୀୟ ଧୂନ୍‌କୁ ମନ୍ତ୍ର ଭାବେ ଜପିବାକୁ ହେବ ବୋଲି ଉପସ୍ଥିତ ଦୀକ୍ଷିତଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଜଯୋଗିନୀ ପାର୍ବତୀ ଜୀଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲା ଶାଖାର ସେବା ଓ ପାଠଶାଳାର ନିଜସ୍ୱ କାର୍ଯ୍ୟାଳୟ “ସ୍ୱର୍ଣ୍ଣିମ ଭବନ” ଉଦଘାଟିତ ହୋଇଯାଇଛି । ମହାନଦୀ – ତେଲ ନଦୀର ସଂଗମସ୍ଥିତ ପାନ୍ଥଶାଳା ପରିସରରେ ଅନୁଷ୍ଠିତ ସମାବେଶରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ସମ୍ବଲପୁର, ବରଗଡ, ଦେବଗଡ, ଝାରସୁଗୁଡା, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାର ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.