oum

ଜଗନ୍ନାଥଧାମ ପୁରୀରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସମ୍ବର୍ଦ୍ଧନା

jsm

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ପୂର୍ବାହ୍ନରେ ୧୯୭୧ ମସିହାରେ ଭାରତ ପାକିସ୍ଥାନ ସଂଘଟିତ ଯୁଦ୍ଧରେ ଭାରତ ବିଜୟ ଲାଭ କରିବାର ପଚାଶ ବର୍ଷ ପୂର୍ତ୍ତିକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, ପୁରୀ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ନିର୍ଦ୍ଧାରୀତ ସମୟରେ ଭୁବନେଶ୍ୱରରୁ ସ୍ୱର୍ଣ୍ଣିମ ବିଜୟ ମଶାଲ ପୁରୀ ସହର ସାଗର ବେଳାଭୂମିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ପରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, ପୁରୀ ସହରର ଏନ୍‌.ସି.ସି. ଅଫିସର୍ ଲେପ୍ଟନାଣ୍ଟ ଡକ୍ଟର ସଞ୍ଜୟ କୁମାର ସୁନ୍ଦରାୟଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଜିଲ୍ଲା ପୋଲିସ ପ୍ରଶାସନର ବ୍ୟାଣ୍ଡ ପାର୍ଟି ତାଳେ ତାଳେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ.ସି.ସି. କ୍ୟାଡେଟମାନେ ପ୍ୟାରେଡ୍ କରି ଅନେକ ଛାତ୍ରଛାତ୍ରୀଙ୍କ ସହ ଭାରତମାତା ଓ ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ମହାବିଦ୍ୟାଳରେ ପହଞ୍ଚିବା ପରେ ଅଧ୍ୟକ୍ଷା ଡ଼ଃ. ସୁଜାତା ମିଶ୍ର ସେନା ଅଧିକାରୀଙ୍କଠାରୁ ଏହି ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ମହାବିଦ୍ୟାଳୟର ଐତିହ ହଲ୍‌ରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ସେନାବାହିନୀର ଷ୍ଟେସନ ହେଡକ୍ୱାଟର ଭୁବନେଶ୍ୱରର କର୍ଣ୍ଣେଲ .ପି ଶେଖାୱତ୍, କର୍ଣ୍ଣେଲ ଦେବଦର ସ୍ୱାଇଁ, ଅନେକ ସେନା ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଇତିହାସ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏଥିରେ ସେନାଅଧିକାରୀମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ୧୯୭୧ ଯୁଦ୍ଧ ଉପରେ ଆଲୋକପାତ କରାଯାଇଥିଲା । ଏଥିରେ ୧୯୭୧ ଯୁଦ୍ଧର ଏକ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ଏକ ଆନ୍ତଃ-ମହାବିଦ୍ୟାଳୟ ପୁରୀ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର କୃତୀ-ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଏନ୍.ସି.ସି. ଅଫିସର୍ ଲେପ୍ଟନାଣ୍ଟ ଡକ୍ଟର ସୁନ୍ଦରାୟ ସଂଯୋଜନା କରିଥିଲେ । ଏଥିରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଭି. ଶାରଦା ଓ ଯୁବ ରେଡ଼କ୍ରସ ଅଧିକାରୀ ଡଃ, ଦେବଦାସ ସାହୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ତଥା ପୁରୀ ସହରରେ ଥିବା ଅନ୍ୟାନ୍ୟ ମହାବିଦ୍ୟାଳୟର ଏନ୍.ସି.ସି କ୍ୟାଡେଟ, ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ସହିତ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସମେତ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଯୋଗଦେଇ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.