oom

ନୀଳଗିରି ଡାକ୍ତରଖାନାକୁ ନୀଳଗିରି ଟ୍ରକ ମାଲିକ ସଂଘ ପକ୍ଷରୁ ସ୍ୱର୍ଗ ରଥ ପ୍ରଦାନ

jsmm

ନୀଳଗିରି : ନୀଳଗିରି ଟ୍ରକ ମାଲିକ ସଂଘ ପକ୍ଷରୁ ନୀଳଗିରିବାସୀଙ୍କ ସେବା ପାଇଁ ଏକ ସ୍ୱର୍ଗ ରଥ ନୀଳଗିରି ଡାକ୍ତରଖାନାକୁ ପ୍ରଦାନ କରାଯାଇଛି । ଏହି ରଥ ଡାକ୍ତରଖାନାରୁ ମୃତ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନେବାରେ ସହାୟକ ହେବ । ନୀଳଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ହସ୍ପିଟାଲରୁ ମୃତଦେହ ନେବା ପାଇଁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ରଥର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡି ନେତା ସନ୍ତୋଷ ଖଟୁଆ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ନୀଳଗିରି ଟ୍ରକ ମାଲିକ ସଂଘର ସଭାପତି ଶିଶିର କୁମାର ରାଉତ, ସମ୍ପାଦକ ମାନସ ବାରିକ, ଏନ୍‌ଏସି ଅଧକ୍ଷା ଅମ୍ବିକା ଦାଶ, ବ୍ଲକ ଅଧକ୍ଷା ଶୁଭଲଷ୍ମୀ ମାଝୀ, ବିଜେଡି ନେତା ରବୀନ୍ଦ୍ର ନାୟକ, ଶରତ କୁମାର ଦାସ, ବିଭିନ୍ନ ୱାର୍ଡର ବିଜେଡି କାଉନସିଲର, କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.